କନକ ବ୍ୟୁରୋ : ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ରସୁଲଗଡ ହତ୍ୟା ଘଟଣା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସହଦେବଙ୍କ ପରିବାର । ନବୀନ ପଟ୍ଟନାୟକ ସହଦେବଙ୍କ ପରିବାରର ଦୁଃଖ ଶୁଣିବା ସହ ସହଦେବଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି । 

Advertisment

ନବୀନ ପଟ୍ଟନାୟକ ସହଦେବଙ୍କ ପରିବାରକୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଏହା ସହ ସହଦେବ ନାୟକଙ୍କ ୨ ପିଲାଙ୍କ ପଢିବା ଦାୟିତ୍ୱ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନ୍ୟପଟେ ସହଦେବଙ୍କ ପତ୍ନୀ ସୁନିତା ନାୟକଙ୍କୁ ୫ ଲକ୍ଷ୍ୟ ଟଙ୍କାର ସହାୟତା ରାଶି ଦେଲେ ୫ ଏଜେନ୍ସି । ବିଏମସି ଅଧୀନରେ କାର୍ଯ୍ୟରତ ୫ ସଫେଇ ଏଜେନ୍ସି  ଯଥା ଗ୍ରୀନ ସର୍କଲ, ଜାଗୃତି, ଅୱାରଲ୍ୟାଣ୍ଡ, ପିଏମଆର, ପିଏଚଆର ପ୍ରମୁଖ ଏହି ଅର୍ଥରାଶିର ସହାୟତା କରିଛନ୍ତି । କେବଳ ସେତିକି ନୁହେଁ ବରଂ ସୁନିତାଙ୍କୁ ଜାଗୃତିରେ ସୂପରଭାଇଜର ଭାବେ ନିଯୁକ୍ତି ମଧ୍ୟ ଦେଇଛନ୍ତି । ଏହାସହ ତାଙ୍କୁ ସ୍ଥାୟୀ ନିଯୁକ୍ତି ସହ ଆର୍ଥିକ ସହାୟତା ଯୋଗାଇବା ପାଇଁ ମଧ୍ୟ ସରକାରଙ୍କୁ ଭୁବନେଶ୍ୱର ମହାନଗର ନିଗମ ଚିଠି ଲେଖିଛି ବୋଲି କହିଛନ୍ତି ମେୟର ।