ହସ ହସ ମୁହଁରେ ହସ୍ପିଟାଲ ବେଡ୍ ରୁ ନବୀନଙ୍କ ବାର୍ତ୍ତା : ମୋତେ ଦେଖିବାକୁ ଚାହିଲେ ନବୀନ ନିବାସ ଆସନ୍ତୁ

Advertisment

ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ଥିବା ବିରୋଧୀ ଦଳ ନେତା ପୁଣି ଥରେ ହସ୍ପିଟାଲ ବେଡରୁ ବାର୍ତ୍ତା ଦେଇଛନ୍ତି । ଏଥର ସେ କହିଛନ୍ତି, ମୋତେ ଦେଖିବାକୁ ଚାହିଁଲେ ନବୀନ ନିବାସ ଆସନ୍ତୁ

ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ଥିବା ବିରୋଧୀ ଦଳ ନେତା ପୁଣି ଥରେ ହସ୍ପିଟାଲ ବେଡରୁ ବାର୍ତ୍ତା ଦେଇଛନ୍ତି । ଏଥର ସେ କହିଛନ୍ତି, ମୋତେ ଦେଖିବାକୁ ଚାହିଁଲେ ନବୀନ ନିବାସ ଆସନ୍ତୁ

26

Photograph: (KANAKNEWS)

କନକବ୍ୟୁରୋ : ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ଥିବା ବିରୋଧୀ ଦଳ ନେତା ପୁଣି ଥରେ ହସ୍ପିଟାଲ ବେଡରୁ ବାର୍ତ୍ତା ଦେଇଛନ୍ତି । ଏଥର ସେ କହିଛନ୍ତି, ମୋତେ ଦେଖିବାକୁ ଚାହିଁଲେ ନବୀନ ନିବାସ ଆସନ୍ତୁ । ବିଜେଡି ସୁପ୍ରିମୋ  ଡାକ୍ତରୀ ଟିମ୍‌, ଦଳୀୟ ନେତା, ସମର୍ଥକ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଅର୍ଥାତ ପରୋକ୍ଷରେ ନବୀନ ତାଙ୍କୁ ଦେଖିବା ପାଇଁ ହସ୍‌ପିଟାଲ ନଆସିବାକୁ କହିଛନ୍ତି ।  ଏହା ପୂର୍ବରୁ ମଧ୍ୟ ନବୀନ ଗତକାଲି କହିଥିଲେ ମୁଁ ସୁସ୍ଥ ଅଛି...। ସେ ସୁସ୍ଥ ଥିବା ନେଇ ଏକ ଭିଡିଓ‌ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ନବୀନଙ୍କ ଏହି ବାର୍ତ୍ତା ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ତାଙ୍କର ସମର୍ଥକ ଓ ପ୍ରଶଂସକଙ୍କ ନିକଟରେ ଖୁସିର ମହଲ ଦେଖାଯାଇଛି ।  

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଭୁବନେଶ୍ବରର ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ଗତକାଲି ସନ୍ଧ୍ୟା ୫ଟା ୧୫ରେ ଭର୍ତ୍ତି କରାଯାଇଥିଲା ,  ନବୀନ ପଟ୍ଟନାୟକଙ୍କର ଚିକିତ୍ସା ଡାକ୍ତର ଆଲୋକ ପାଣିଗ୍ରାହୀ କରୁଛନ୍ତି । ତାଙ୍କୁ ଡିହାଇଡ୍ରେସନ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ପାଇଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।    

ନବୀନ ପଟ୍ଟନାୟକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ଗତକାଲି ଠାରୁ ମନ୍ତ୍ରୀ, ବିଧାୟକ, ନେତା, ସମର୍ଥକ ଓ ପ୍ରଶଂସକମାନେ ସମ୍‌ ଅଲ୍ଟିମେଟ୍‌ ମେଡିକାୟର ଆଡ଼କୁ ଅଗ୍ରସର ହେଉଛନ୍ତି। ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ମେଡିକାଲରେ ପହଞ୍ଚି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଛନ୍ତି। ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିଥିଲେ।

ହସ୍ପିଟାଲ କର୍ତ୍ତୃପକ୍ଷ ପକ୍ଷରୁ ଜାରି ମେଡିକାଲ ବୁଲେଟିନକୁ ଅପେକ୍ଷା କରାଯାଇଛି। ଏହା ଅନୁଯାୟୀ ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି । ସେହିପରି ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ସେ ଆଇସିୟୁ ରେ ଅଛନ୍ତି। ସେଥିପାଇଁ ତାଙ୍କ ସହ ଦେଖା କରିପାରିଲି ନାହିଁ। ହେଲେ ତାଙ୍କ ଡାକ୍ତରଙ୍କ ସହ ଆଲୋଚନା କରିଛି। ହୁଏତ ଆଜି ତାଙ୍କୁ ଡିଶ୍ଚାର୍ଜ କରାଯାଇପାରେ। ନଚେତ୍ କାଲି ସକାଳେ ସେ ହସ୍ପିଟାଲରୁ ଡିସଚାର୍ଜ  ହେବେ। ପ୍ରଭୁ ଜଗନ୍ନାଥ ତାଙ୍କୁ ଆରୋଗ୍ୟ ପ୍ରଦାନ କରନ୍ତୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe