କନକ ବ୍ୟୁରୋ: ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷତି ଭରଣା ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାର ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ନବୀନ। ଏହାସହ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଛନ୍ତି। ଚିଠିରେ ନବୀନ ଲେଖିଛନ୍ତି, ଅଦିନିଆ ବର୍ଷାରେ ଉଜୁଡ଼ି ଯାଇଛି ଚାଷୀଙ୍କ ବର୍ଷକର ଅମଳ ଧାନ। ଏହା ଚାଷୀଙ୍କ ଆତ୍ମାକୁ ବହୁତ ଆଘାତ ଦେଇଛି। ବିଗତ ଦିନ ଗୁଡ଼ିକରେ ରାଜ୍ୟରେ ଏଭଳି ପରିସ୍ଥିତି କେବେ ଉପୁଜିନାହିଁ। ସେହିପରି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ଯୁବ ଚାଷୀ କୃତିବାସ ସ୍ବାଇଁ ଆତ୍ମହତ୍ୟା ଘଟଣାକୁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ।
ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ସାଂସଦ ବଳଭଦ୍ର ମାଝୀ। ମୁଖ୍ୟମନ୍ତ୍ରୀ ଥିବା ସମୟରେ ବର୍ଷାକୁ କେତେ ଆକଳନ କରୁଥିଲେ ନବୀନ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ସାଂସଦ। ପୂର୍ବରୁ ମଣ୍ଡିରେ ଧାନ ଷଢ଼ି ଯାଉଥିଲା, ଧାନ ବିକ୍ରି ହୋଇପାରୁନଥିଲା। ସରକାରଙ୍କୁ ମୋଟ ୬ମାସ ହୋଇଛି,ନବୀନ ବାବୁ କାହିଁକି ଏତେ ବ୍ୟାକୁଳ ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବଳଭଦ୍ର ମାଝୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/01/02/HKrB7Q0fmcGNsD1SVwH5.jpg)