କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ଦେଖିବାର ପରେ ଆଜି ଉଜୁଡା ଚାଷ ଦେଖିଛନ୍ତି ବିରୋଧୀ ଦଳ ନେତା । ନବୀନ ପଟ୍ଟନାୟକ ଆଜି  ନିର୍ବାଚନ ପରେ ପ୍ରଥମ ଗଂଜାମ ଗସ୍ତରେ ଯାଇ କ୍ଷତିଗସ୍ତ ଚାଷୀଙ୍କୁ ଭେଟିବା ସହ ସେମାନଙ୍କୁ ଦୁଃଖ ଶୁଣିଛନ୍ତି । ଆଉ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । 

Advertisment

ରବିବାର ମୁଖ୍ୟମନ୍ତ୍ରୀ ଓ ଆଉ ସୋମବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅଦିନିଆ ବର୍ଷାରେ  ଗଂଜାମ ଜିଲ୍ଲାରେ ବ୍ୟାପକ ଫସଲ ହାନି ହୋଇଛି । ଆଉ ଉଜୁଡା ଫସଲ ଦେଖିବାକୁ ଗଂଜାମ ଗସ୍ତ କରିଛନ୍ତି ବିରୋଧୀ ଦଳ ନେତା । ଆଉ ନବୀନଙ୍କୁ ଗଜା ଧାନ ଦେଖାଇ ନିଜ ଦୁଃଖ ଜଣାଇଛନ୍ତି ଚାଷୀ । କ୍ଷତିଗ୍ରସ୍ତ ଚାଷୀଙ୍କୁ  ନବୀନ ପଟ୍ଟନାୟକ ଭେଟିବା ସହ କ୍ଷେତ ପରିଦର୍ଶନ କରିଥିଲେ । କ୍ଷଯକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି । ଅନେକ ମହିଳା ଓ ପୁରୁଷ ଉଜୁଡା ଧାନଗଛକୁ ଧରି ନବୀନଙ୍କୁ ଦେଖାଇଥିଲେ ଓ ନିଦ ଦୁଃଖ ଜଣାଇଥିଲେ । ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ନବୀନ ।

ଗଞ୍ଜାମ ଗସ୍ତବେଳେ ନବୀନଙ୍କୁ ଦେଖିବାକୁ ପ୍ରବଳ ଭିଡ ଦେଖିବାକୁ ମିଳିଥିବା । ପ୍ରଥମେ ନବୀନ ଶେରଗଡ ତାରକଡା ଅଂଚଳରେ ଚାଷୀଙ୍କ ସହ ଆଲୋଚନା କରିଥିଲେ । ପରେ ହିଞ୍ଜିଳିର ପୋଡିଙ୍ଗରେ ଚାଷୀଙ୍କ ଦୁଃଖ ବୁଝିଥିଲେ । ପରେ ଆସ୍କା ଓ ଖଲ୍ଲିକୋଟ ଯାଇ ଚାଷୀଙ୍କୁ ଭେଟିଛନ୍ତି ।  ଏହି ସମୟରେ ହଜାର ହଜାର ଚାଷୀ ବିରୋଧୀ ଦଳ ନେତାଙ୍କୁ ସେମାନଙ୍କ ଦୁଃଖ ଓ  ଦାବି ଜଣାଇଛନ୍ତି ।  ସ୍ଥାନୀୟ ବିଜେଡି ନେତା ବି ସେମାନଙ୍କ ନିଜ ନିଜ ନିର୍ବାଚନମଣ୍ଡଳୀର କ୍ଷୟକ୍ଷତି ରିପୋର୍ଟ ନବୀନଙ୍କୁ ଦେଇଛନ୍ତି । ସେପଟେ ନବୀନଙ୍କ ଗସ୍ତକୁ କଟାକ୍ଷ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ।