ନଭେମ୍ବରରେ ଜିଲ୍ଲା ବୁଲିବେ ନବୀନ, କର୍ମୀ ଓ ନେତାଙ୍କୁ ଭେଟି ଦଳକୁ ଦୃଢ କରିବାକୁ କରିବେ ଆଲୋଚନା ।

ଏବେ ନବୀନ ନିବାସରେ ସମୀକ୍ଷା, ଆଗକୁ ଗ୍ରାଉଣ୍ଡରେ ଆକ୍ସନ। ପରାଜୟ ପରେ ସଂଗଠନ ସଜାଡୁଛି ବିଜେଡି। ଆଉ ନଭେମ୍ବରରେ ମଇଦାନକୁ ଓହ୍ଲାଇବେ ନବୀନ। ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି ।

ଅଦ୍ୟତନ ହୋଇଛି
4922

କନକ ବ୍ୟୁରୋ: ଏବେ ନବୀନ ନିବାସରେ ସମୀକ୍ଷା, ଆଗକୁ ଗ୍ରାଉଣ୍ଡରେ ଆକ୍ସନ। ପରାଜୟ ପରେ ସଂଗଠନ ସଜାଡୁଛି ବିଜେଡି। ଆଉ ନଭେମ୍ବରରେ ମଇଦାନକୁ ଓହ୍ଲାଇବେ ନବୀନ। ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି । ସାରା ରାଜ୍ୟ ବୁଲି କର୍ମୀ ଓ ନେତାଙ୍କୁ ଭେଟିବେ ବିଜେଡି ସୁପ୍ରିମୋ। ତେବେ ବିଜେପି କହିଛି ଯେଉଁ ଅଞ୍ଚଳ ବୁଲିନାହାନ୍ତି ସେ ସ୍ଥାନକୁ ଗଲେ ବାସ୍ତବ ଚିତ୍ର ଜାଣିପାରିବେ ନବୀନ। ସେପଟେ ସମୀକ୍ଷକଙ୍କ ମତରେ ଏବେ ବି ପଞ୍ଚାୟତରେ ବିଜେଡ଼ିର ଶକ୍ତି ରହିଛି। 

ନବୀନ ସିଧାସଳଖ ସାଙ୍ଗଠନିକ କାର୍ଯ୍ୟକ୍ରମ ବୁଝୁଥିବା ବେଳେ ଆଗକୁ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ମାସରୁ ସବୁ ଜିଲ୍ଲା ବୁଲିବାକୁ ସ୍ଥିର କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନିର୍ବାଚନ ପରେ ପର୍ୟ୍ୟାୟକ୍ରମେ ନେତାଙ୍କ ସହ ଆଲୋଚନା ଜାରି ରଖିଛନ୍ତି ନବୀନ। ବିଜେଡି ସରକାରର ଲୋକାଭିମୁଖୀ ଯୋଜନା ଆଧାରରେ ଲୋକଙ୍କ ସହ ଯୋଡ଼ି ହେବାକୁ ନବୀନ ପରାମର୍ଶ ଦେଉଛନ୍ତି। ଆଉ ନଭେମ୍ବର ମାସରୁ ନିଜେ ସାରା ରାଜ୍ୟ ବୁଲି ଲୋକଙ୍କୁ ଭେଟିବେ। ଦଳୀୟ କର୍ମୀ ଓ ତୃଣମୂଳ ନେତାଙ୍କ ସହ ଆଲୋଚନା କରିବେ। ବଡବଡ ସଭା ଜରିଆରେ ଲୋକଙ୍କ ସହ ଯୋଡ଼ିହେବେ ନବୀନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe