ନବୀନ ପଟ୍ଟନାୟକ++++ Photograph: (କନକ ନ୍ୟୁଜ୍)
କନକ ବ୍ୟୁରୋ: ନିର୍ବାଚନ ହାରିବା ପରେ ସଂଗଠନକୁ ପୁରା ଟ୍ରାକୁ ଆଣିବାକୁ ପ୍ରାଣମୁର୍ଛା ଉଦ୍ୟମ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ । ଗତକାଲି ୧୮ଟି ସାଂଗଠନିକ ଜିଲ୍ଲାର ସଭାପତି ନାଁ ଘୋଷଣା ହୋଇ ସାରିଛି । ରାତି ପାହିଲେ ବିଜେଡି ରାଜ୍ୟ ସଭାପତି ପାଇଁ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ ହେଲେ ଅବଶିଷ୍ଟ ୧୫ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନା ଘୋଷଣା ହୋଇପାରୁନି । ଏଥରୁ ପ୍ରାୟ ଅଧିକାଂଶ ଜିଲ୍ଲାରେ ସଭାପତି ପଦକୁ ନେଇ ଦଳରେ ଟଣା ଓଟରା ଲାଗିରହିଛି । ବିଭିନ୍ନ ଜିଲ୍ଲାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଲେଣି । ତେଣୁ ସଭାପତି ଘୋଷଣା ବିଳମ୍ୱ ହେଉଛି । ନଜର ପକାନ୍ତୁ ସେଭଳି କିଛି ଜିଲ୍ଲା ଉପରେ । କ୍ଷମତା କେନ୍ଦ୍ରରେ ଦୁଇ ଗୋଷ୍ଠୀ ଜୋରଦାର ଲବି କରୁଛନ୍ତି ।
Follow Us