କନକ ବ୍ୟୁରୋ : ଆଜି ବିଜେଡିର ସାଂଗଠନିକ ନିର୍ବାଚନ ଓ ରାଜ୍ୟ ପରିଷଦ ବୈଠକ। ଶଙ୍ଖ ଭବନରେ ପହଞ୍ଚୁଛନ୍ତି ବିଜେଡି କର୍ମୀ । ନବମ ଥର ପାଇଁ ଦଳ ପକ୍ଷରୁ ଘୋଷଣା ହେବ ବିଜେଡି ସଭାପତି । ବୈଠକରେ ସାମିଲ ହେବେ ୩୫୫ ରାଜ୍ୟ ପରିଷଦ ସଦସ୍ୟ । ୮୧ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚିତ କରାଯିବ । ସେମାନଙ୍କ ମଧ୍ୟରୁ ବରିଷ୍ଠ ନେତା ଓ ନେତ୍ରୀ ପରବର୍ତ୍ତୀ ସମୟରେ ରାଜ୍ୟ କମିଟିରେ ସ୍ଥାନ ପାଇବେ । 

Advertisment

ସେପଟେ ଏବେ ବି ବିଜେଡିରେ ୧୫ଟି ସାଙ୍ଗଠନିକ ଜିଲ୍ଲାର ସଭାପତି ଚୟନ ହୋଇପାରିନି । ଅନେକ ଜାଗାରେ କେଁ ରହିଛି । ୨୦୨୪ରେ ଅନେକ ନେତା ଦଳକୁ ଆମଦାନୀ ହୋଇଥିଲେ । ନିର୍ବାଚନ ପରେ ପଦପଦବୀ ମିଳିନଥିବାରୁ ସେମାନେ ସକ୍ରିୟ ହେଉନାହାନ୍ତି । ତେଣୁ ସବୁ ନେତାଙ୍କୁ କିଭଳି ସନ୍ତୁଷ୍ଟ କରୁଛନ୍ତି, ତାହା ନବୀନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।