କନକ ବ୍ୟୁରୋ : ନବୀନ ଅଟକାଇଥିଲେ, ମୋହନ ଖୋଲିଦେଲେ । ଦୀର୍ଘ ୪ ବର୍ଷ ଧରି ନିୟମିତ ଭାବେ ଲୋକସେବା ଭବନକୁ ରିପୋର୍ଟିଂ କରିବାକୁ ଯାଇପାରୁନଥିଲେ ସାମ୍ବାଦିକ । ହେଲେ ବିଳମ୍ବ ହେଲେ ବି ନୂଆ ସରକାର ଏହି ପ୍ରବେଶ କଟକଣା ପ୍ରତ୍ୟାହାର କରିଛନ୍ତି । ବିଳମ୍ବ ହେଲେ ବି ସାମ୍ବାଦିକଙ୍କ ଉପରେ କଟକଣାକୁ ପ୍ରତ୍ୟାହାର କରିନେଇଛନ୍ତି ନୂଆ ସରକାର। ଏଣିକି ଲୋକସେବା ଭବନ ବା ସଚିବାଳୟରେ ସାମ୍ବାଦିକଙ୍କ ନିୟମିତ ପ୍ରବେଶ ଉପରେ ଲାଗିବନି ରୋକ । ପୂର୍ବ ସରକାରଙ୍କ କଟକଣା ନିଷ୍ପତ୍ତିକୁ ଉଠାଇଛନ୍ତି ମୋହନ ସରକାର । ନଜର ପକାନ୍ତୁ, ସୂଚନା ଓ ଲୋକସମ୍ପର୍କ ବିଭାଗର ବିଜ୍ଞପ୍ତି ଉପରେ..

Advertisment

ସମସ୍ତ ଖବର କାଗଜ, ଟେଲିଭିଜନ ସାମ୍ବାଦିକଙ୍କୁ ଏଣିକି ଦିଆଯିବ ଅନୁମତି
ପ୍ରମାଣପତ୍ର ଦେଇ ଅନଲାଇନରେ ଆବେଦନ କରିପାରିବେ
ସୂଚନା ଓ ଲୋକସମ୍ପର୍କ ଏବଂ ଗୃହ ବିଭାଗ ପକ୍ଷରୁ ପ୍ରସ୍ତୂତ ହେବ ଏଣ୍ଟ୍ରି ପାସ୍
ଆକ୍ରିଡିଟେଡ ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ମିଳିବ ସ୍ବତନ୍ତ୍ର ପାସ୍
ସରକାରଙ୍କ ଏ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ରାଜ୍ୟର ବରିଷ୍ଠ ସାମ୍ବାଦିକ।

୨୦୨୦ କୋଭିଡ୍ ପରେ ସାମ୍ବାଦିକଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇଥିଲେ ତତ୍କାଳୀନ ନବୀନ ସରକାର । କୋଭିଡ୍ ଆସିଲା, କୋଭିଡ୍ ଗଲା, ହେଲେ ନିଷ୍ପତ୍ତି ପରିବର୍ତ୍ତନ ହେଲାନି । ଏପରିକି ସାମ୍ବାଦିକଙ୍କ ସ୍ବାଧୀନତା କ୍ଷୁର୍ଣ୍ଣ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଏହାକୁ ନେଇ ସାମ୍ବାଦିକଙ୍କ ଠାରୁ ରାଜନେତା, ସମସ୍ତେ ସ୍ବର ଉଠାଇଥିଲେ । ହେଲେ ନବୀନ ସରକାରଙ୍କ ଉପରେ ଏହା କୌଣସି ପ୍ରଭାବ ପକାଇନଥିଲା । ତେବେ ୨୦୨୪ ନିର୍ବାଚନରେ ଏହା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା । ଆଉ ସେତେବେଳେ ବିରୋଧୀ ଦଳ ଥିବା ବିଜେପି କହିଥିଲା ଯେ, କ୍ଷମତାକୁ ଆସିଲେ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ମିଳିବ । ତେବେ ସାଢ଼େ ୬ ମାସ ବିତିଥିଲେ ବି ଏବେ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ମୋହନ ସରକାର ।