ନବୀନ ଦେଖାଇଲେ ବଡ ହୃଦୟ : ଲୋକଙ୍କ ପାଇଁ ଖର୍ଚ୍ଚ ହେଉ ମୋ ଦରମା

Advertisment

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ ଘୋଷଣା | ଦରକାର ନାହିଁ ବଢ଼େଇଥିବା ଦରମା | ଓଡ଼ିଶାର ଲୋକଙ୍କ ପାଇଁ ଖର୍ଚ୍ଚ ହେଉ ମୋ ଦରମା ଟଙ୍କା

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ ଘୋଷଣା | ଦରକାର ନାହିଁ ବଢ଼େଇଥିବା ଦରମା | ଓଡ଼ିଶାର ଲୋକଙ୍କ ପାଇଁ ଖର୍ଚ୍ଚ ହେଉ ମୋ ଦରମା ଟଙ୍କା

25

Photograph: (KANAKNEWS)

କନକ ବ୍ୟୁରୋ : ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ ଘୋଷଣା | ଦରକାର ନାହିଁ ବଢ଼େଇଥିବା ଦରମା | ଓଡ଼ିଶାର ଲୋକଙ୍କ ପାଇଁ ଖର୍ଚ୍ଚ ହେଉ ମୋ ଦରମା ଟଙ୍କା | ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଏହି ଅନୁରୋଧ କରିଛନ୍ତି ନବୀନ | ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ମୋ ଦରମା ଟଙ୍କା ଖର୍ଚ୍ଚ କରାଯାଉ |

ଅଧିକ ପଢନ୍ତୁ..ବିଧାୟକଙ୍କ ଦରମା ବଢିଲା , ନବୀନ କହିଲେ ବର୍ଦ୍ଧିତ ଦରମା ନେବି ନାହିଁ ..

ଏଥିସହ ୨୦୧୫ରେ ଦେଇଥିଲେ ଆନନ୍ଦ ଭବନ , ୨୦୨୫ରେ ଦେଲେ ଦରମା , ୨୦୧୫ ମସିହାରେ ନବୀନ ତାଙ୍କ ପୈତୃକ ସମ୍ପତ୍ତି ଆନ୍ଦନ ଭବନକୁ ଓଡିଶାର ଲୋକଙ୍କ ବ୍ୟବହାର ପାଇଁ ଦାନ କରିଦେଇଥିବା ବେଳେ ଏବେ ନିଜ ଦରମା ବି ଦାନ କରିଦେବାକୁ ଘୋଷଣା କରିଛନ୍ତି | ଆଉ ନବୀନଙ୍କ ଏହି ଘୋଷଣାକୁ ନେଇ ଏବେ ପ୍ରଶଂସା ର ସୁଅ ଛୁଟିଛି | ତେବେ ନବୀନଙ୍କ ରାସ୍ତାରେ ତାଙ୍କ ଦଳର ବିଧାୟକମାନେ ବି ଦରମା ଲୋକଙ୍କ କଲ୍ୟାଣ ପାଇଁ ଦେବେ ନା ନାହିଁ ତାହା ସମୟ ହିଁ କହିବ 

ସୂଚନା ଅନୁଯାୟୀ , ବିଧାୟକଙ୍କର ବହୁଦିନର ଦାବି ନିକଟରେ ଶେଷ ହୋଇଥିବା ଶୀତକାଳୀନ ଅଧିବେଶନରେ ପୂରଣ ହୋଇଛି। ସେମାନଙ୍କ ଦରମା‌ ଓ ଭତ୍ତା ବୃଦ୍ଧି କରାଯାଇଛି। ଏକାଥରେ ଅଢ଼େଇ ଗୁଣରୁ ଅଧିକ ବଢ଼ିଛି। ପୂର୍ବତନ ବିଧାୟକଙ୍କ ପେନ୍‌ସନରେ ବି ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତୀୟ ତିନିଟି ପୃଥକ୍ ବିଲ୍‌ ବିଧାନସଭାରେ ପାରିତ ହୋଇଛି। ୨୦୨୪ ଜୁନ୍ ମାସରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ ।

ଏଣିକି ପ୍ରତି ପାଞ୍ଚ ବର୍ଷରେ ବିଧାୟକଙ୍କ ଦରମା ସ୍ବାଭାବିକ ଭାବେ ବୃଦ୍ଧି ହେବ। ଆଉ ବିଧାନସଭାରେ ବିଲ୍‌ ଆଣିବାକୁ ପଡ଼ିବ ନାହିଁ। ଶେଷ ଥର ପାଇଁ ୨୦୧୭ ମସିହାରେ ବିଧାୟକଙ୍କ ଦରମା ସଂ‌ଶୋଧିତ ହୋଇଥିଲା। ୨୦୧୭ ମସିହା ସଂ‌ଶୋଧନ ପରେ ବିଧାୟକମାନେ ମୂଳଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ପାଉଥିଲେ। ତେବେ ଭତ୍ତା ମିଶାଇଲେ ତାହା ମାସିକ ପାଖାପାଖି ଏକ ଲକ୍ଷ ଟଙ୍କା ହେଉଥିଲା ।

ଏବେ ସଂଶୋଧନ କରାଯାଇ ମୂଳ ଦରମାକୁ ମାସିକ ୯୦ ହଜାର ଟଙ୍କା କରାଯାଇଛି। ଅନ୍ୟାନ୍ୟ ଭତ୍ତା ମିଶାଇଲେ ମାସିକ ମୋଟ୍‌ ୩.୪୫ ଲକ୍ଷ ଟଙ୍କା ମିଳିବ। ଏହା ବାଦ୍ ସେମାନେ ବିଧାନସଭା ଅଧିବେଶନ ଓ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେବା ପାଇଁ ସିଟିଂ ଆଲାଉନ୍ସ ମଧ୍ୟ ପାଇବେ। ଭତ୍ତା ମଧ୍ୟରେ ଅଛି ନିର୍ବାଚନମଣ୍ଡଳୀ ଭତ୍ତା ୭୫ ହଜାର, ଯାତାୟାତ ଭତ୍ତା ୫୦ ହଜାର, ପତ୍ରପତ୍ରିକା ପାଇଁ ୧୦ ହଜାର, ବିଦ୍ୟୁତ୍‌ ବିଲ୍‌ ୨୦ ହଜାର, ବ୍ୟକ୍ତିଗତ ଗସ୍ତ ଭତ୍ତା ୫୦ ହଜାର, ଚିକିତ୍ସା ଭତ୍ତା ୩୫ ହଜାର ଓ ଟେଲିଫୋନ୍ ଭତ୍ତା ୧୫ ହଜାର।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe