କନକ ବ୍ୟୁରୋ : ଚିକିତ୍ସା ପାଇଁ ମୁମ୍ବାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭିକାଲ୍ ଆର୍ଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ହୋଇଛନ୍ତି ନବୀନ । ୨୨ ତାରିଖରେ ତାଙ୍କର ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ । ନବୀନ ନିଜେ ‘ଏକ୍ସ’ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି । ପୋଷ୍ଟରେ ନବୀନ କହିଛନ୍ତି, “ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ ଚଳିତ ମାସ ୨୨ ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ମୁଁ ସର୍ଭିକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପ୍ରକ୍ରିୟାରେ ରହିବି । ମୋର ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ଏହି ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ମୋର ଭାଇ ଓ ଭଉଣୀମାନଙ୍କର ଶୁଭେଚ୍ଛା ସହିତ ମୁଁ ଶୀଘ୍ର ସୁସ୍ଥ ହୋଇ ଆପଣ ସମସ୍ତଙ୍କ ସେବା ପାଇଁ ଫେରି ଆସିବାକୁ ଆଶା କରୁଛି” ବୋଲି ନବୀନ ତାଙ୍କ ଅଫିସିଆଲ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।
ନବୀନ ଦିନେ କି ଦୁଇଦିନ ମଧ୍ୟରେ ମୁମ୍ବାଇ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି । ୨୦୨୪ ନିର୍ବାଚନ ବେଳେ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା । ନବୀନଙ୍କ ଅନୁପସ୍ଥିତିରେ ଦଳର ପିଏସି ଦଳୀୟ କଥା ବୁଝିବେ । ମୁଖ୍ୟାଳୟ ଦାୟିତ୍ବରେ ଥିବା ବରିଷ୍ଠ ନେତା ଦେବୀ ମିଶ୍ର ଦଳରେ ସମନ୍ବୟ ରଖି କାର୍ଯ୍ୟକ୍ରମ ପରିଚାଳନା କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/06/18/naveen-devi-2025-06-18-21-34-56.png)