କନକ ବ୍ୟୁରୋ: ବିଜେଡି ଭିତରେ ତୁଟୁନି କଳି। ସସ୍ମିତ ପାତ୍ରଙ୍କ କ୍ରମରେ ଭିକେ ପାଣ୍ଡିଆନଙ୍କୁ ଦଳର ବିଭିନ୍ନ ନେତା ଟାର୍ଗେଟ କରିବା ପରେ ସେମାନଙ୍କୁ କଡା ଜବାବ୍ ଦେଇଛନ୍ତି ଖୋଦ୍ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ଗତକାଲି ପାଣ୍ଡିଆନଙ୍କ ବିରୋଧରେ ପୂର୍ବତନ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ବିବାଦୀୟ ବୟାନ ଦେବା ପରେ ଏହାର ଠିକଣା ଜବାବ ଦେଇଛନ୍ତି ନବୀନ । ପାଣ୍ଡିଆନ ରାଜ୍ୟ ପାଇଁ ଅନେକ ହିତକାରୀ କାମ କରିଛନ୍ତି । ତାଙ୍କୁ ଅଯଥା ବଦନାମ କରାନଯାଉ ବୋଲି କହିଛନ୍ତି । ଏହାସହ ପ୍ରଭାତ ତ୍ରିପାଠୀଙ୍କ ଉପରେ ବର୍ଷିଛନ୍ତି ନବୀନ ।
ନବୀନ କହିଛନ୍ତି, ଚିଟ୍ଫଣ୍ଡ ମାମଲାରେ ୨୦୧୪ରେ ଗିରଫ ହୋଇଥିଲେ ପ୍ରଭାତ ତ୍ରିପାଠୀ । ଏହାପରେ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା । କିନ୍ତୁ ୨୦୧୭ ମସିହାରେ ପ୍ରଭାତଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିନିଆଯାଇଥିଲା । ଏପରିକି ୨୦୧୯ରେ ପ୍ରଭାତ ତ୍ରିପାଠୀ ନବୀନ ପଟ୍ଟନାୟକଙ୍କ ସହ ମିଶି ନିର୍ବାଚନ ପ୍ରଚାର କରିଥିଲେ। ଦଳରେ ନଥାଇ ଦଳ ଉପରେ କାହିଁକି ମନ୍ତବ୍ୟ ଦେଉଛନ୍ତି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/10/3Nh99UtycSb81UECqCUh.jpg)