କନକ ବ୍ୟୁରୋ: ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଭଗବାନଙ୍କ ପାଖରେ ଓଡ଼ିଶାବାସୀଙ୍କ ପ୍ରାର୍ଥନା ପାଇଁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଏହାସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ରବିବାର ଦିନ ଡ୍ରିହାଇଡ୍ରେସନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ ।

Advertisment

ଘରୋଇ ହସ୍ପିଟାଲରେ ୪ଦିନ ଧରି ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି ବିରୋଧୀ ଦଳ ନେତା ।  ହସପିଟାଲରୁ ବିରୋଧୀଦଳ ନେତା ଡିସଚାର୍ଜ ହେବାବେଳେ ବିଜେଡିର ନେତା ଓ କର୍ମୀ ଉପସ୍ଥିତ ଥିଲେ ।