କନକ ବ୍ୟୁରୋ: ଭୁବନେଶ୍ବରରେ ପହଞ୍ଚିଲେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ସୁସ୍ଥ ହେବା ପରେ ଆଜି ମୁମ୍ବାଇରୁ ଫେରିଲେ । ସର୍ଭାଇକାଲ ଆର୍ଥ୍ରାଇଟ୍ସ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ । ଗତ ୨୦ ତାରିଖରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ । ୨୨ ତାରିଖରେ ତାଙ୍କର ଅପରେସନ ହୋଇଥିଲା । ସେ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସାରେ ଥିଲେ । ସୁସ୍ଥ ହେବା ପରେ ଆଜି ମୁମ୍ବାଇରୁ ଭୁବନେଶ୍ୱର ଫେରିଛନ୍ତି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୨ ତାରିଖରେ ମୁମ୍ବାଇ ଯାଇଥିଲେ । ସର୍ଭାଇକାଲ ଆର୍ଥ୍ରାଇଟ୍ସ ଚିକିତ୍ସା ପାଇଁ ବିଜେଡି ମୁଖିଆ ମୁମ୍ବାଇ ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ ଦଳ କେମିତି ଠିକ ଭାବେ ଚାଲିବ ସେନେଇ ବନ୍ଦୋବସ୍ତ ବି କରିଥିଲେ । ନିଜେ ନବୀନ ଏନେଇ ନୋଟିସ୍ ଜାରି କରିବା ସହ ତାଙ୍କ ଅନୁପସ୍ଥିତିରେ ଦଳର ରାଜନୈତିକ ବ୍ୟାପାର କମିଟି ସବୁକିଛି ବୁଝାବୁଝି କରିବ ବୋଲି କହିଥିଲେ । ସେହିପରି ଦଳର ବରିଷ୍ଠ ଉପସଭାପତି ଥିବା ଦେବୀ ମିଶ୍ର ଦଳର ବିଭିନ୍ନ ଶାଖାର କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟ ରଖିବେ ବୋଲି ନୋଟିସ୍ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/12/naveen-pattnaik-2025-07-12-14-03-27.jpg)