କନକ ବ୍ୟୁରୋ : ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ମୁମ୍ବାଇରୁ ଅସ୍ତ୍ରୋପଚାର ସାରି ଫେରିଥିଲେ ନବୀନ । ମୁମ୍ୱାଇରୁ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର ପରେ ସେ ଭୁବନେଶ୍ୱର ଫେରିଥିଲେ । ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା । ଗତରାତିରେ ନବୀନଙ୍କ ଚେକଅପ୍ ପାଇଁ ଡାକ୍ତରମାନଙ୍କର ଏକ ଟିମ୍ ନବୀନ ନିବାସ ଯାଇଥିଲେ ହେଲେ ଆଜି ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି । ଘରୋଇ ହସ୍ପିଟାଲ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଚିକିତ୍ସା ପାଇଁ ଗତ ଜୁନ୍ ମାସରେ ମୁମ୍ବାଇ ଯାଇଥିଲେ ନବୀନ । ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ନବୀନ ।  ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।