କନକ ବ୍ୟୁରୋ : ନବୀନ ନିବାସରେ ପ୍ରେମ୍ ପଟ୍ଟନାୟକ । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଆସିଥିବା ନେଇ ଚର୍ଚ୍ଚା । ଗତ ୧୭ ତାରିଖରେ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ ପଟ୍ଟନାୟକ । ବୁଧବାର ହସ୍ପିଟାଲରୁ ଡିସଚାର୍ଜ ହୋଇ ନବୀନ ନିବାସ ଫେରିଛନ୍ତି ବିରୋଧୀ ଦଳ ନେତା । ସୁସ୍ଥ ହୋଇ ମେଡିକାଲରୁ ନବୀନ ଫେରିବା ପରେ ତାଙ୍କୁ ଦେଖା କରିବାକୁ ଭାଇ ପ୍ରେମ୍ ପଟ୍ଟନାୟକ ଆସିଛନ୍ତି । ସେ ନବୀନ ନିବାସରେ ୪ରୁ ୫ ଦିନ ରହିବେ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ନବୀନଙ୍କୁ କିଛି ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଗତ ୧୭ ତାରିଖରେ ଡିହାଇଡ୍ରେସନ ଯୋଗୁଁ ଅସୁସ୍ଥ ହୋଇପଡ଼ିଥିଲେ ନବୀନ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଫୋନ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ ।
ସେପଟେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ବଡ଼ ବୟାନ । ପାଣ୍ଡିଆନ ନୁହନ୍ତି ବିଜେଡିର ସର୍ବେସର୍ବା । ପାଣ୍ଡିଆନ ଉପରେ ନବୀନ ବାବୁଙ୍କ ଭରସା ଅଛି । ପାଣ୍ଡିଆନ ନବୀନ ବାବୁଙ୍କ ଅତି ଘନିଷ୍ଠ ସହଯୋଗୀ । ସେ କେବେ ନିଜେ କୌଣସି ନିଷ୍ପତ୍ତି ନେଇପାରିବେନି । ପାଣ୍ଡିଆନ ଶ୍ରଦ୍ଧାର ସହ ଭକ୍ତିର ସହ ନବୀନ ବାବୁଙ୍କ ସେବା କଲେ । କେବେ ନବୀନ ବାବୁ କହିଛନ୍ତି ପାଣ୍ଡିଆନ ମୋ ଉତ୍ତରାଧିକାରୀ ନା ପାଣ୍ଡିଆନ କେବେ ଦାବି କରିଛନ୍ତି ବୋଲି କହିଛନ୍ତି ବିଧାୟକ । ତେବେ ନିଆଁ ନଥାଇ ଧୂଆଁ ବାହାରିବା କଥା ବି କହିଛନ୍ତି ଗଣେଶ୍ବର ।