କନକ ବ୍ୟୁରୋ: ବିଜେଡିର ବିଜୁ ଜୟନ୍ତୀ କାର୍ୟ୍ୟକ୍ରମରେ ବିଜେପି ସରକାରଙ୍କୁ ଟାର୍ଗେଟ୍ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେଇ ନବୀନ କହିଛନ୍ତି, ବିଜୁ ବାବୁ, ଏ ଦୁଇଟି ଶବ୍ଦ ଶୁଣିଲେ ପ୍ରତିଟି ଓଡ଼ିଆର ଛାତି ଫୁଲି ଉଠେ, ସାହସ ଆସେ । ଦୁର୍ଭାଗ୍ୟଜନକ ଯେ, ବିଜେପି ଶାସନକୁ ଆସିବା ପରେ କ୍ରୀଡା ସମ୍ମାନ ନାଁ ବଦଳାଇ ବାକୁ ଚେଷ୍ଟା କଲେ । ଏବେ ସେମାନେ ବିମାନ ବନ୍ଦର ନାଁ ବଦଳାଇ ବାକୁ ଚେଷ୍ଟା କରୁଛନ୍ତି । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ, ହେଲେ ଦୋଷୀ ଧରାପଡ଼ିଲାନି। ୧୯୯୩ରୁ ବିଜୁ ଜୟନ୍ତୀ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି । ଆପଣ ନାଁ ବଦଳାଇ ପାରନ୍ତି, କିନ୍ତୁ ଲୋକଙ୍କ ହୃଦୟରେ ଥିବା ଭଲ ପାଇବା ବଦଳାଇ ପାରିବେ ନାହିଁ କହି ବିଜେପି ସରକାରକୁ କଟାକ୍ଷ କରିଛନ୍ତି ନବୀନ ।
ନବୀନ ଆହୁରି ମଧ୍ୟ କହିଛନ୍ତି, ଆପଣ ପାରାଦୀପ ପୋର୍ଟ ବଦଳାଇ ପାରିବେ କି, HAL , ଏନଟିପିସି Talcher, nit ରାଉରକେଲାର ନାମ ବଦଳାଇ ପାରିବେ କି? ସେ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଏହା ଅପରିପକ୍ବ ରାଜନୀତି ବୋଲି ନବୀନ କହିଛନ୍ତି। ବିଜୁ ବାବୁ ପଦ ପଦବୀ ପାଇଁ ରାଜନୀତି କୁ ଆସିନଥିଲେ । ସେବା ପାଇଁ ଆସିଥିଲେ । ଇଣ୍ଡୋନେସିଆ ର ମୁକ୍ତି ସଂଗ୍ରାମ ହେଉ ବା UNESCO କଳିଙ୍ଗ award କଥା ହେଉ ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଥିଲେ ବିଜୁ ବାବୁ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଥିଲେ । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ । ସରପଞ୍ଚଙ୍କୁ ଗାଁର ମୁଖ୍ୟମନ୍ତ୍ରୀ କହୁଥିଲେ ବିଜୁ ବାବୁ । ପଞ୍ଚାୟତ ସିଷ୍ଟମକୁ ମଜଭୁତ କରିବାରେ ବିଜୁ ବାବୁଙ୍କ ଉଦ୍ୟମକୁ ଅଣ ଦେଖା କରାଯାଇ ପାରିବ ନାହିଁ । କିଛି ବର୍ଷ ହେଲା କିଛି ଲୋକ ଇତିହାସ ପରିବର୍ତନ ପାଇଁ ଚେଷ୍ଟା କରିଛନ୍ତି ତାହା ସଫଳ ହେବ ନାହିଁ ବୋଲି ନବୀନ କହିଛନ୍ତି ।