କନକ ବ୍ୟୁରୋ : ମହିଳାଙ୍କୁ ସଶକ୍ତ କରାଇବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ 'ଆମ ସୁବାହକ' ଯୋଜନା । ପୂର୍ବ ସରକାରଙ୍କ ସ୍କୁଟି ଯୋଜନାର ରୂପରେଖ ବଦଳିଲା । ଜଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇବେ ସରକାର । ୪ ବର୍ଷରେ ୧୧୦୦ ମହିଳାଙ୍କୁ କାର କିଣାଇଦେବେ ସରକାର । ପ୍ରଥମ ବର୍ଷରେ ୨୦୦ ଜଣଙ୍କୁ ଦିଆଯିବ କାର୍‌ । ଦ୍ୱିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଜଣଙ୍କୁ ଦିଆଯିବ କାର୍‌ । ଚତୁର୍ଥ ବର୍ଷରେ ୩୫୦ ମହିଳାଙ୍କୁ ଦିଆଯିବ ଗାଡ଼ି । ଇଭି ଗାଡ଼ି କିଣିଲେ ଅଧିକ ୨ ଲକ୍ଷ ଟଙ୍କା ମିଳିବ ପ୍ରୋତ୍ସାହନ ରାଶି । ୨୧ରୁ ୪୦ ବର୍ଷର ମହିଳାଙ୍କୁ ମିଳିବ ସୁଯୋଗ । 

Advertisment

ସୁଭଦ୍ରା ହିତାଧିକାରୀ, ମହିଳା ଏସ୍‌ଏଚ୍‌ଜିଙ୍କୁ ଦିଆଯିବ ଅଗ୍ରାଧିକାର ଓ ଏସଆରଟିସି, କ୍ରୁଟ୍ ଡ୍ରାଇଭରଙ୍କୁ ଦିଆଯିବ ଅଗ୍ରାଧିକାର । ଗାଡ଼ି ନେବାବେଳେ ୧ଲକ୍ଷ ଟଙ୍କା ଦେବେ ମହିଳାବାଣିଜ୍ୟ ଓ ପରିବହନ ବିଭାଗ । ବାକି ୯ ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ଆକାରରେ ମିଳିବ । ଗାଡ଼ି କିଣିବାର ୩ ମାସ ପରେ ଆରମ୍ଭ ହେବ ଋଣ ପରିଶୋଧ ପ୍ରକ୍ରିୟା  । ସୁଧ ବାଣିଜ୍ୟ ଓ ପରିବହନ ବିଭାଗ ଏହାକୁ ସୁଝିବ । ଗାଡ଼ି ଚାଳକଙ୍କ ବୀମା ବାବଦରେ ୧ ହଜାର ଟଙ୍କା ଦେବେ ସରକାର । ଗାଡ଼ି କିଣିବା ବାବଦରେ ଖର୍ଚ୍ଚ ହେବ ୧୧୦ କୋଟି । ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେବା ପାଇଁ ଗଠନ ହେବ ଷ୍ଟିୟରିଂ କମିଟି । ପରିବହନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେବ ଷ୍ଟିୟରିଂ କମିଟି । ପ୍ରତି ୩ ମାସରେ ଥରେ ମହିଳାଙ୍କ ଆୟର ହିସାବ କରିବେ ସରକାର । ଏବେ ସୁଦ୍ଧା ୬୨୧୬ ମହିଳା ଡ୍ରାଇଭିଂ ଟ୍ରେନିଂ ନେଇଛନ୍ତି , ୪ଟି ଡ୍ରାଇଭିଂ ପ୍ରତିଷ୍ଠାନରେ ହୋଇଛି ଟ୍ରେନିଂ ।