କନକ ବ୍ୟୁରୋ: ନବୀନ ସରକାର ବନ୍ଦ କରିଥିଲେ, ମୋହନ ମାଝୀଙ୍କ ସରକାର ଖୋଲିଲେ । ପୂର୍ବରୁ ମିଶ୍ରଣ ହୋଇଥିବା ୪୬ଟି ସ୍କୁଲ ଖୋଲିଛି । ଆଗକୁ ଆଉ ୪ଟି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ୪୬ଟି ସ୍କୁଲ ମଧ୍ୟରୁ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୨୨ଟି ରହିଛି । ଦେବଗଡ଼ ଜିଲ୍ଲାରେ ୧୦ଟି, ବରଗଡ଼ରେ ୭, ଯାଜପୁରରେ ୪ ଓ ଖୋର୍ଦ୍ଧାରେ ୩ଟି ସ୍କୁଲ ରହିଛି । ୭ ହଜାର ୭୫୧ ସ୍କୁଲ ମିଶ୍ରଣ ନେଇ ଅନୁମୋଦନ ମିଳିଥିଲା । ୫ ହଜାର ୬୩୦ ସ୍କୁଲ ମିଶ୍ରଣ ହୋଇଛି । ମିଶ୍ରଣ ସ୍କୁଲ ଖୋଲିବା ନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।