ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇ ବରିଷ୍ଠଙ୍କୁ ନାଲିଆଖି ଦେଖାଇଲେ ନବୀନ । କହିଲେ, ଦଳର କୌଣସି କାର୍ଯ୍ୟରେ ନାହିଁ ପାଣ୍ଡିଆନଙ୍କ ସଂପୃକ୍ତି

ଶଙ୍ଖ ଭବନରେ ବହୁତ ବଡ ସ୍ଥାନ ଅଛି ବୈଠକ ପାଇଁ । ସେଠାରେ ବୈଠକ କରିପାରିବେ। ପାଣ୍ଡିଆନଙ୍କ ବିରୋଧରେ ବୟାନ ଦେଇଥିବା ବିଜେଡି ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରେ ବି ସେ ବର୍ଷିଛନ୍ତି । କହିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କିଛି ବର୍ଷ ପୂର୍ବରୁ ବିଜେଡିରୁ ବହିଷ୍କୃତ ହୋଇଥିଲେ ।

sfdsdfsdf

କନକ ବ୍ୟୁରୋ : ୱାକଫ ବିବାଦ ଭିତରେ ଆଜି ପୁଣି ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।  ଭି.କେ.ପାଣ୍ଡିଆନଙ୍କୁ କ୍ଲିନଚିଟ ଦେଇଥିବା ବେଳେ ବରିଷ୍ଠଙ୍କୁ ନାଲିଆଖି ଦେଖାଇଛନ୍ତି । କହିଛନ୍ତି, ହୋଟେଲରେ କୌଣସି ବୈଠକ ପାଇଁ ଦଳର ନେତାଙ୍କୁ ସେ ଅନୁମତି ଦେଇନାହାନ୍ତି । ଶଙ୍ଖ ଭବନରେ ବହୁତ ବଡ ସ୍ଥାନ ଅଛି ବୈଠକ ପାଇଁ । ସେଠାରେ ବୈଠକ କରିପାରିବେ । ପାଣ୍ଡିଆନଙ୍କ ବିରୋଧରେ ବୟାନ ଦେଇଥିବା ବିଜେଡି ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରେ ବି ସେ ବର୍ଷିଛନ୍ତି । କହିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କିଛି ବର୍ଷ ପୂର୍ବରୁ ବିଜେଡିରୁ ବହିଷ୍କୃତ ହୋଇଥିଲେ । ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ଜେଲକୁ ଯାଇଥିଲେ । ସେ ଏବେ ବିଜେଡିରେ ନାହାନ୍ତି। ଭିକେ ପାଣ୍ଡିଆନ ଉଭୟ ରାଜ୍ୟ ଓ ଦଳ ପାଇଁ ଅନେକ କାମ କରିଛନ୍ତି । ତେଣୁ ତାଙ୍କୁ କୌଣସି ପ୍ରକାର ସମାଲୋଚନା କରିବା ଠିକ୍ ନୁହେଁ । ସେ ୧୦ ମାସ ହେବ ଦଳ ଛାଡି ସାରିଛନ୍ତି ଏବଂ  ଦଳର କୌଣସି କାର୍ଯ୍ୟରେ ତାଙ୍କର ସମ୍ପୃକ୍ତି ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe