କନକ ବ୍ୟୁରୋ : ବିଜେଡି ନେତା ପ୍ରଭାତ ତ୍ରିପାଠୀ ସମ୍ପର୍କରେ ନବୀନଙ୍କ ମନ୍ତବ୍ୟ ଦ୍ବନ୍ଦ୍ବ ବଢାଇଛି ।  ଚିଟଫଣ୍ଡ ମାମଲାରେ ୨୦୧୪ରେ ଗିରଫ ହୋଇଥିଲେ ପ୍ରଭାତ ତ୍ରିପାଠୀ । ଏହାପରେ  ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା । କିନ୍ତୁ ୨୦୧୭ ମସିହାରେ ପ୍ରଭାତଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର  କରିନିଆଯାଇଥିଲା । ଏପରିକି ୨୦୧୯ରେ ପ୍ରଭାତ ତ୍ରିପାଠୀ ନବୀନ ପଟ୍ଟନାୟକଙ୍କ ସହ ମିଶି ନିର୍ବାଚନ ପ୍ରଚାର କରିଥିଲେ । ଆଜି  ବିଜେଡି ସୁପ୍ରିମୋ  ପ୍ରଭାତଙ୍କୁ ଦଳକୁ ନିଲମ୍ବନ କରାଯାଇଛି ବୋଲି ମନ୍ତବ୍ୟ ଦେଇ ପୁଣି ଦ୍ବନ୍ଦ୍ବକୁ ବଢାଇଛନ୍ତି । ପ୍ରଶ୍ନ ଉଠୁଛି, କାହା ନିର୍ଦ୍ଦେଶରେ ଜାରି ହୋଇଥଲା ନିଲମ୍ବନ ପ୍ରତ୍ୟାହାର ଚିଠି ।