ନବମ ଥର ପାଇଁ ନିଦ୍ୱନ୍ଦ୍ୱରେ ବିଜେଡି ସଭାପତି ହେଲେ ନବୀନ, ରାଜ୍ୟ ପରିଷଦ ବୈଠକରେ ଘୋଷଣା ପରେ ମୁଖିଆଙ୍କୁ ଶୁଭେଚ୍ଛା ଜଣାଇଲେ ନେତା ଓ କର୍ମୀ

ସଭାପତି ଦାୟିତ୍ବ ନେଉ ନେଉ ନେତା ଓ କର୍ମୀଙ୍କ ଜୋସ ଭରିବାକୁ ଉଦ୍ୟମ କରିଛନ୍ତି ନବୀନ । ଆଉ ପରାଜୟର କାରଣ କଥା କହି ବିଜେପିକୁ ଟାର୍ଗେଟ କରିଛନ୍ତି । ଆଉ ସିଧା ସିଧା କହିଛନ୍ତି, ବିଜୁ ଜନତା ଦଳର ସାଙ୍ଗଠନିକ ଶକ୍ତିକୁ କେହି ହେୟଜ୍ଞାନ କରନାହିଁ । ମିଥ୍ୟାପ୍ରଚାରକୁ ବିଜେଡି କାଉଣ୍ଟର କରିପାରିନଥିଲା । ବିଜେଡି ସବୁବେଳେ ତାର ଆଦର୍ଶରେ ଦୃଢ ଥିଲା, ରହିଛି ଓ ରହିବ । ଓଡିଶାର ସ୍ବାର୍ଥ ଓ ସ୍ବାଭିମାନ ସାଥିରେ ବିଜେଡି ସବୁବେଳେ ରହିଛି ଓ ରହିବ ।  

SDFGSDF

କନକ ବ୍ୟୁରୋ : ଦଳରେ ନବୀନ ପଟ୍ଟନାୟକ ସଭାପତି ହେବା ନେଇ ମୋହର ବାଜି ସାରିଥିଲା । ହେଲେ କେବଳ ଔପଚାରିକତା ବାକିଥିଲା । ଆଜି ବିଧିବଦ୍ଧଭାବେ ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଭିତରେ ନବୀନ ପଟ୍ଟନାୟକ ନବମ ଥର ଲାଗି ସଭାପତି ଭାବେ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ରାଜ୍ୟ ପରିଷଦ ବୈଠକରେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ । ନାଁ ଘୋଷଣା ପରେ ଦଳର ନେତା ଓ କର୍ମୀଙ୍କୁ ଶଙ୍ଖ ଭବନରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ସଭାପତି ଦାୟିତ୍ବ ନେଉ ନେଉ ନେତା ଓ କର୍ମୀଙ୍କ ଜୋସ ଭରିବାକୁ ଉଦ୍ୟମ କରିଛନ୍ତି ନବୀନ । ଆଉ ପରାଜୟର କାରଣ କଥା କହି ବିଜେପିକୁ ଟାର୍ଗେଟ କରିଛନ୍ତି । ଆଉ ସିଧା ସିଧା କହିଛନ୍ତି, ବିଜୁ ଜନତା ଦଳର ସାଙ୍ଗଠନିକ ଶକ୍ତିକୁ କେହି ହେୟଜ୍ଞାନ କରନାହିଁ । ମିଥ୍ୟାପ୍ରଚାରକୁ ବିଜେଡି କାଉଣ୍ଟର କରିପାରିନଥିଲା । ବିଜେଡି ସବୁବେଳେ ତାର ଆଦର୍ଶରେ ଦୃଢ ଥିଲା, ରହିଛି ଓ ରହିବ । ଓଡିଶାର ସ୍ବାର୍ଥ ଓ ସ୍ବାଭିମାନ ସାଥିରେ ବିଜେଡି ସବୁବେଳେ ରହିଛି ଓ ରହିବ ।  

୧୯୯୭ରୁ ବିଜେଡିର ସଭାପତି ଦାୟିତ୍ବ ତୁଲାଇ ଆସୁଛନ୍ତି ନବୀନ । କିନ୍ତୁ ଏବେ ସ୍ଥିତି ବଦଳିଥିବାରୁ ନବୀନଙ୍କ ପାଇଁ ରହିଛି ୯ ଆହ୍ବାନ,

 ରାଜନୈତିକ ବ୍ୟାପାର କମିଟି ଗଠନ
 ଦଳକୁ ହାଇଜାକରୁ ମୁକ୍ତ କରିବା
 ରାଜନୈତିକ ଆଭିମୁଖ୍ୟ ନୀତି ସ୍ପଷ୍ଟ କରିବା
 ଦଳକୁ ଗଣତନ୍ତ୍ର ଫେରାଇବା 
ଅନ୍ତଃକନ୍ଦଳ ଦୂର କରିବା
ସଂସ୍କାର, ଅନୁଶାସନ ଓ ଶୃଙ୍ଖଳା ସୁନିଶ୍ଚିତ କରିବା
 ସବୁ କିଛି ନିଜେ ନିୟନ୍ତ୍ରଣ କରିବା 
ବରିଷ୍ଠଙ୍କ ପରାମର୍ଶ ନେବା 
 ଯୁବଗୋଷ୍ଠୀଙ୍କୁ ବାଟ ଛାଡ଼ିବା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe