ପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ନବୀନ: କହିଲେ, ପାଣ୍ଡିଆନ ଦଳ, ରାଜ୍ୟ ପାଇଁ ବହୁତ କାମ କରିଛନ୍ତି

Advertisment

ଭିକେ ପାଣ୍ଡିଆନଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ବୟାନ । ପାଣ୍ଡିଆନଙ୍କୁ କ୍ଲିନଚିଟ ଦେଇଛନ୍ତି ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । କହିଲେ, ପାଣ୍ଡିଆନ ଦଳ ଓ ରାଜ୍ୟ ପାଇଁ ଅନେକ କାମ କରିଛନ୍ତି ।

ଭିକେ ପାଣ୍ଡିଆନଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ବୟାନ । ପାଣ୍ଡିଆନଙ୍କୁ କ୍ଲିନଚିଟ ଦେଇଛନ୍ତି ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । କହିଲେ, ପାଣ୍ଡିଆନ ଦଳ ଓ ରାଜ୍ୟ ପାଇଁ ଅନେକ କାମ କରିଛନ୍ତି ।

PANDIAN NAVEEN

Photograph: (KANAK NEWS)

କନକ ବ୍ୟୁରୋ: ଭିକେ ପାଣ୍ଡିଆନଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ବୟାନ । ପାଣ୍ଡିଆନଙ୍କୁ କ୍ଲିନଚିଟ ଦେଇଛନ୍ତି ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । କହିଲେ, ପାଣ୍ଡିଆନ ଦଳ ଓ ରାଜ୍ୟ ପାଇଁ ଅନେକ କାମ କରିଛନ୍ତି । ୧୦ ମାସ ହେଲାଣି ପାଣ୍ଡିଆନ ଦଳ ଛାଡିଲେଣି । ବର୍ତ୍ତମାନ ସେ ଦଳୀୟ କାର୍ୟ୍ୟରେ ସଂଶ୍ଲୀଷ୍ଟ ନାହାନ୍ତି । ପ୍ରଭାତ ତ୍ରିପାଠୀ ଚିଟଫଣ୍ଡ କେସରେ ଜେଲ ଯାଇଥିଲେ । ଦଳରୁ ପ୍ରଭାତ ବହିଷ୍କୃତ ହୋଇଥିଲେ । ସେ ଦଳର କିଛି ନୁହେଁ । 

ୱାକଅଫ୍ ବିଲ ଭୋଟକୁ ନେଇ ଭାଗ ଭାଗ ହୋଇଯାଇଥିଲା ବିଜେଡି । ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ସ୍ଥିତିକୁ ଉପୁଜିଥିଲା । ଜଣଙ୍କ ପରେ ଜଣେ ନେତା ପାଣ୍ଡିଆନଙ୍କ ନାଁ ନେଇ ଖୋଲାଖୋଲି ବିଦ୍ରୋହ ଆରମ୍ଭ କରିଥିଲେ । ଯେଉଁମାନେ ମୂଳରୁ ନବୀନଙ୍କ ସହ କାମ କରିଛନ୍ତି ସେମାନେ ଏକାଠି ହୋଇ ବିଷୋଦଗାର କରିଥିଲେ । ଦଳକୁ ପାଣ୍ଡିଆନଙ୍କ କବଳରୁ ଦଳକୁ ମୁକ୍ତ କରିବା ପାଇଁ ସିଧାସଳଖ ଦାବି କରିଥିଲେ । ଆଉ ନବୀନ ସାମ୍ନାକୁ ଆସି ପ୍ରତିକ୍ରିୟା ରଖନ୍ତୁ ବୋଲି ଦାବି କରିଥିଲେ । ତେବେ ଏତେ ସବୁ ଭିତରେ ସବୁ ଚର୍ଚ୍ଚାରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନବୀନ । ଆଉ ପାଣ୍ଡିଆନଙ୍କୁ ଦେଇଛନ୍ତି କ୍ଲିନଚିଟ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe