Photograph: (kanaknews)
କନକବ୍ୟୁରୋ : ବିଜେଡି ମୁଖିଆ ନବୀନ କହିଲେ ଦଳ ଶହେ ବର୍ଷ ବଞ୍ଚିବ। ଠିକ୍ ସେହି ମୁହୁର୍ତ୍ତରେ ଦଳର ବରିଷ୍ଠ ନେତାମାନେ ଖୋଲିଦେଲେ ବିଜେଡି ଭିତର ଗୁମର । ଖୋଲାଖୋଲି ସାମ୍ନାକୁ ଆସିଯାଇଥିବା କଥାଟି ଥିଲା ବିଜେଡିରେ କିଛି ଠିକ ଠାକ୍ ଚାଲିନି ।
ଜଙ୍ଗଲ ବିଭାଗ କେମିତି ଚାଲିଛି ବୟାନ କଲା ଜଙ୍ଗଲି ବାବୁଙ୍କ ସମ୍ପତ୍ତି : ଗ୍ରାଉଣ୍ଡ ଜିରୋରେ ପହଁଚିଲା କନକ ନ୍ୟୁଜ୍
ଦଳ ପରିଚାଳନା ଠାରୁ ଉତ୍ତରାଧିକାରୀ ପର୍ଯ୍ୟନ୍ତ ସବୁକୁ ନେଇ ନେତାଙ୍କ ପେଟରେ ପେଟେ କ୍ଷୋଭ। ପ୍ରତିଷ୍ଠା ଦିବସରୁ ଯେଉଁ ବାର୍ତ୍ତାଟି ପୂରା କର୍ମୀଙ୍କ ପାଖକୁ ଗଲା, ତାହା ହେଉଛି ପାଣ୍ଡିଆନ ଦମ୍ପତ୍ତିଙ୍କ ପାଇଁ ଦଳ ଦି ଭାଗ । ପ୍ରତିଷ୍ଠା ଦିବସ ଅବସରରେ ଶଂଖ ଭବନରେ ଇଏ ଥିଲା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦୃଢୋକ୍ତି। ନବୀନଙ୍କ ପାଖରେ ଥିବା ନେତାମାନେ ବି ଦଳର ପ୍ରଶଂସାରେ ଶତମୁଖ ହୋଇପଡ଼ିଥିଲା । ହେଲେ ଯେବେ ମଞ୍ଚ ବଦଳିଲା, ନେତାଙ୍କ ସ୍ୱର ବି ବଦଳିଗଲା । ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଦଳର ପରାଜୟ ପାଇଁ ସିଧା ଦାୟୀ କଲେ ପ୍ରଣବ ପ୍ରକାଶ ଦାସ ଓ ଭି.କେ. ପାଣ୍ଡିଆନଙ୍କୁ ।
ଖୋଲାଖୋଲି କହିଲେ, ସେମାନଙ୍କ ନେତୃତ୍ୱ ମାନିହେବନି । କଟକରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବି ସୁଜାତାଙ୍କ ବିରୋଧରେ ଗର୍ଜିଲେ । ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ରାଜ୍ୟ ନେତାଙ୍କ ବିରୋଧରେ ବର୍ଷିବା ସହିତ ପରାମର୍ଶ ଦେଲେ ସୁପ୍ରିମୋ ସୁଜାତାଙ୍କୁ ରାଜ୍ୟସଭା ପଠାନ୍ତୁ । ନିର୍ବାଚନ ପରାଜୟ ପରଠାରୁ ବିଜେଡିରେ ଏଭଳି ଅସନ୍ତୋଷ ଗୁମୁରୁଛି । ହେଲେ ଚାପି ରଖିବାକୁ ଚେଷ୍ଟା କରୁଛନ୍ତି ଛାମୁଆ । ଆଜି ବି ଅନୁରୂପ ଚିତ୍ର ଦେଖିବାକୁ ମିଳିଛି । ରାଜନୈତିକ ପର୍ଯ୍ୟବେକ୍ଷକ କିନ୍ତୁ କିଛି ଅଲଗା ମତ ଦେଇଛନ୍ତି। ନେତାଙ୍କ ଭିତରେ ଅସନ୍ତୋଷ ଯେତିକି ବଢ଼ିବାରେ ଲାଗିଛି। ନେତାଙ୍କ ହାବଭାବ ଦେଖି ସେପଟେ ମୁହଁ ମୋଡ଼ି ଅନ୍ୟାୟ ଦଳକୁ ମୁହାଁଇଲେଣି କର୍ମୀ ।
Follow Us