କନକ ବ୍ୟୁରୋ: କାକଟପୁର ମାଆ ମଙ୍ଗଳାଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା । ନବପତ୍ରିକା ପୂଜାରେ ମାଆ ମଙ୍ଗଳାଙ୍କ ବିଭିନ୍ନ ବେଶ ଓ ନାଲିକଲି କଳାକଲି ଠାରୁ ଆରମ୍ଭ କରି ତୀର କମାଣ, କାତିଖର୍ପର, ସିଂହବାହିନୀ ସହ ମହିସାମର୍ଦ୍ଦିନୀ ବେଶ କରାଯାଉଛି । ଏହିସବୁ ବେଶରେ ଦର୍ଶନ ଦେବେ ମାଆ ମଙ୍ଗଳା । ମଙ୍ଗଳାଙ୍କ ପ୍ରଥମେ ବେଶ ଆରମ୍ଭ ହୋଇଥିବାରୁ ମାଆଙ୍କ ପାଦପଦ୍ମ ଲାଗିସହ ନାଲିକଲି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ସମସ୍ତ ନୀତିକାନ୍ତି ପରେ ମାଆଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ମଣି ବିମାନରେ ରତ୍ନଗିରି ବିଜେ ନୀତିସମାପନ ହୋଇଥିଲା । ମାଆଙ୍କ ଚଳନ୍ତି ପ୍ରତିମା ମଣି ବିମାନରେ ରତ୍ନଗିରି ମଣ୍ଡପକୁ ବିଜେ କରିଥିଲେ । ପୂଜା ସମାପନ ହେବାପରେ ମାଆଙ୍କ ପାଦପଦ୍ମ ଲାଗିହେଲା ଓ ନବପତ୍ରିକାର ପଞ୍ଚମୀଠାରୁ ମାଆଙ୍କ ବେଶରେ ପରିବର୍ତ୍ତନ ହୋଇଛି  । ପଞ୍ଚମୀରେ ତୀରକମାଣ ବେଶରୁ ନେଇ ସିଂହବାହିନୀ ବେଶ ଓ ଶେଷରେ ମହିସାମର୍ଦ୍ଦିନୀ ବେଶରେ ଦର୍ଶନ ଦେବାପରେ ପରେ ଶାନ୍ତିବେଶରେ ମାଆ ଦର୍ଶନ ଦେଇଥାନ୍ତି । ଶେଷରେ ଶାରଦୀୟ ପାର୍ବଣ ପୂଜା ସମାପନ ହୋଇଥାଏ ।

Advertisment