ପାଞ୍ଜି ଅନୁସାରେ ପ୍ରତି ବର୍ଷ ଆଶ୍ୱିନ ମାସରେ ନବ ରାତ୍ର ପାଳନ ହୋଇଥାଏ । ଆଦିଶକ୍ତିଙ୍କ ଆଗମନ ନେଇ ସାରା ଦେଶରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳେ । ଦେଶର ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଢଙ୍ଗରେ ନବରାତ୍ର ପର୍ବ ପାଳନ ହୁଏ ।

Advertisment

ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ନବରାତ୍ରିର ୯ଦିନକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ । ଏହି ୯ଦିନ ଲୋକେ ଦେବୀଙ୍କ ୯ରୁପକୁ ପୂଜା କରିଥାନ୍ତି । ଏହି ୯ ଦିନରେ ଶ୍ରଦ୍ଧା ଓ ଭକ୍ତିର ସହ ମା' ଦୁର୍ଗାଙ୍କ ପୂଜା କଲେ ଭକ୍ତଙ୍କ ସବୁ ଇଚ୍ଛା ପୂରା ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ନବରାତ୍ରି ସାରା ଦେଶରେ ପାଳନ କରାଯାଏ । ଭକ୍ତମାନେ ୯ ଦିନ ବ୍ରତ ପାଳନ କରନ୍ତି । ପ୍ରଥମ ଦିନରେ କଳସ ସ୍ଥାପନା ଓ ଅଖଣ୍ଡ ଦୀପ ଲଗାଯାଇଥାଏ । ଅଷ୍ଟମୀ କିମ୍ବା ନବମୀ ଦିନ କୁଆଁରୀ କନ୍ୟାଙ୍କୁ ଭୋଜନ କରାଯାଇଥାଏ । 

ନବରାତ୍ରି ବ୍ରତର ନିୟମ -

୧.ନବରାତ୍ରି ବ୍ରତ ପାଳନ ପାଇଁ ପ୍ରଥମ ଦିନରେ କଳସ ସ୍ଥାପନା କରଯାଏ.

୨. ଶ୍ରଦ୍ଧା ଓ ଭକ୍ତିର ସହ ମା'ଙ୍କ ପୂଜା କରଯାଏ 

୩. ଅପରାହ୍ନ ସମୟରେ ଫଳ ଓ କ୍ଷୀର ଆହାର କରାଯାଏ 

୪. ସନ୍ଧ୍ୟା ସମୟରେ ମା'ଙ୍କ ଆଳତୀ ହୁଏ 

୫. ପ୍ରସାଦ ସମସ୍ତଙ୍କୁ ବାଣ୍ଟି ଓ ନିଜେ ଗ୍ରହଣ କରିଥାନ୍ତି 

୬. ପ୍ରସାଦ ବଣ୍ଟନ ପରେ ଭୋଜନ ଗ୍ରହଣ କରାଯାଏ 

୭. କିଛି ସ୍ଥାନରେ ୯ ଦିନ ଅନ୍ନ ଗ୍ରହଣ ନ କରି କେବଳ ଫଳ ଆହାର କରାଯାଏ 

୮. ଅଷ୍ଟମୀ କିମ୍ବା ନବମୀ ଦିନ ୯ କନ୍ୟାଙ୍କୁ ଭୋଜନ କରାଇ ସେମାନଙ୍କୁ ଉପହାର ଏବଂ ଦକ୍ଷିଣା ଦିଆଯାଏ 
୯. ଶେଷରେ ଯଦି ସମ୍ଭବ ହୁଏ ତାହେଲେ ନବମୀ ଦିନ ହୋମ କରି ବ୍ରତ ସମାପନ କରଯାଏ