କନକ ବ୍ୟୁରୋ: ପ୍ରଥମଥର ଓଡ଼ିଶା ପୁରୀ ଉପକୂଳରେ ପାଳିତ ହେବ ନ୍ୟାଭି ଡେ । ଏଥିପାଇଁ ଆଜିଠାରୁ ପୁରୀରେ ଆରମ୍ଭ ହେବ ଯୁଦ୍ଧାଭ୍ୟାସ । ନୌସେନାର ଯୁଦ୍ଧାଭ୍ୟାସ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । ଯୁଦ୍ଧାଭ୍ୟାସ ପାଇଁ ବେଳାଭୂମୀରେ ପହଞ୍ଚିଲା ଟ୍ୟାଙ୍କ୍ ଓ ଜାହାଜ । ପୁରୀ ବେଳାଭୂମିରେ ୪ଟି ଯୁଦ୍ଧ ଟ୍ୟାଙ୍କ ପହଞ୍ଚିଛି । ଏହା ଉଭୟ ଜଳ, ସ୍ଥଳରେ ଯାଇପାରିବ । ଆସନ୍ତାକାଲି ମଧ୍ୟ ଆଉ କିଛି ଟ୍ୟାଙ୍କ ପହଞ୍ଚିବ।
ସେହିଭଳି ୭ଟି ଯୁଦ୍ଧ ଜାହାଜ ଆସି ପୁରୀ ଉପକୂଳରେ ଲାଗିଛି । ଯେଉଁଥିରେ ଶତ୍ରୁ ସଂହାର ପାଇଁ ଅତ୍ୟାଧୁନିକ ଗୁଳିଗୋଳା କ୍ଷେପଣ ଆଦିର ବ୍ୟବସ୍ଥା ରହିଛି । ସମୁଦ୍ର ଭିତରେ ଏସବୁ ଯୁଦ୍ଧ ପୋତ ପଇଁତରା ମାରୁଛନ୍ତି । ଯୁଦ୍ଧ ବେଳେ ଯୁଦ୍ଧାସ୍ତ୍ର, ତେଲ ଆଦି ନେବା ଆଣିବା ସହ ଅଘଟଣ ରୋକିବା ପାଇଁ ଫ୍ଲୋଟିଂ ବୋଟ୍ ବି ପହଞ୍ଚି ସାରିଛି । ଏହାଛଡ଼ା ୪ଟି ଲଢ଼ୁଆ ହେଲିକପ୍ଟର ପୁରୀ ସମୁଦ୍ର ଉପରେ ଚକ୍କର କାଟୁଛନ୍ତି । ଅତିଥି ଓ ଲୋକମାନେ ଅତି ନିକଟରୁ ଏହାକୁ ଦେଖିବା ପାଇଁ ବଡ଼ ବଡ଼ ଏଲଇଡି ସ୍କ୍ରିନ୍ ଲଗାଯାଇଛି । ନୌବାହିନୀର ବରିଷ୍ଠ ଅଧିକାରୀମାନେ ଆଜିଠାରୁ ପୁରୀରେ ଡେରା ପକାଇଛନ୍ତି ।