ଉତ୍ତରାଖଣ୍ଡ ଚମୋଲିରେ ପ୍ରକୃତିର ତାଣ୍ଡବ: ଦୁଇଟି ସ୍ଥାନରେ ବାଦଲଫଟା ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି

ପୂର୍ବରୁ ଧରାଲି ଓ  ଡେରାଡୁନରେ ବାଦଲଫଟା ବର୍ଷା ପ୍ରଳୟ ଆଣିଥିବା ବେଳେ ଏବେ ଚାମୋଲିରେ ପ୍ରକୃତି ରଚିଛି ତାଣ୍ଡବ । ଚାମୋଲିର ନନ୍ଦା ନଗରରେ ବାଦଲଫଟା ବର୍ଷା ପରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

52

Photograph: (kanak news)

କନକ ବ୍ୟୁରୋ: ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପୁଣି ପ୍ରଳୟ, ପୁଣି ବାଦଲଫଟା ବର୍ଷା । ବୁଧବାର ବିଳମ୍ବିତ ରାତିରେ ପୁଣି  ବାଦଲଫଟା ବର୍ଷାରେ ବେହାଲ ହୋଇଛି ଉତ୍ତରାଖଣ୍ଡ । ପୂର୍ବରୁ ଧରାଲି ଓ  ଡେରାଡୁନରେ ବାଦଲଫଟା ବର୍ଷା ପ୍ରଳୟ ଆଣିଥିବା ବେଳେ ଏବେ ଚାମୋଲିରେ ପ୍ରକୃତି ରଚିଛି ତାଣ୍ଡବ । ଚାମୋଲିର ନନ୍ଦା ନଗରରେ ବାଦଲଫଟା ବର୍ଷା ପରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ହଠାତ୍ ବନ୍ୟା ମାଡ଼ି ଆସିବା କାରଣରୁ ୬ଟି ଅଟ୍ଟାଳିକା ଧରାଶାୟୀ ହୋଇଛି । ଘରେ କାଦୁଅ ମିଶା ପାଣି ପଶିଯିବା ସହ ଅନେକ କ୍ଷୟକ୍ଷତି କରିଛି । ପାଣି ଘେରରେ ରହିଛି ଅନେକ ଘର । ଧ୍ବଂସାବଶେଷ ତଳୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୦ ଜଣ ଏବେବି ନିଖୋଜ ଅଛନ୍ତି । ଏକାଧିକ ଲୋକ ଘରେ ଫସି ରହିଛନ୍ତି । ଉଦ୍ଧାର ପାଇଁ ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଏସଡିଆରଏଫକୁ  ମୁତୟନ କରାଯାଇଛି । ଆହତଙ୍କୁ ହସ୍ପିଟାଲ ପାଇଁ ପ୍ରସ୍ତୁତ ରଖାଯାଇଛି ୩ଟି ଆମ୍ବୁଲାନ୍ସ ।

ପୁଣି ବାଦଲଫଟା ବର୍ଷା
ଉତ୍ତରାଖଣ୍ଡରେ ପୁଣି ପ୍ରଳୟ
ବର୍ଷାରେ ବେହାଲ ହୋଇଛି ଉତ୍ତରାଖଣ୍ଡ
ଚାମୋଲି ନନ୍ଦା ନଗରରେ ବାଦଲଫଟା ବର୍ଷା ପରେ ଭୀଷଣ ବନ୍ୟା
ହଠତ୍ ବନ୍ୟା ମାଡ଼ିଆସିବାରୁ ୬ଟି ଅଟ୍ଟାଳିକା ଧରାଶାୟୀ
ରାସ୍ତା ଓ ଅନେକ ଘର ପାଣି ଘେରରେ ରହିଛି
ଅନେକ ଏବେବି ନିଖୋଜ ଅଛନ୍ତି
ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆରମ୍ଭ କଲେ ଉଦ୍ଧାର କାର୍ଯ୍ୟ
ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ପ୍ରୟାସ ଚଳାଇଛନ୍ତି
ଆଜି ଚାମୋଲିରେ ପ୍ରବଳ ବର୍ଷା  ନେଇ ସତର୍କ କରାଯାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe