କନକ ବ୍ୟୁରୋ: ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପୁଣି ପ୍ରଳୟ, ପୁଣି ବାଦଲଫଟା ବର୍ଷା । ବୁଧବାର ବିଳମ୍ବିତ ରାତିରେ ପୁଣି  ବାଦଲଫଟା ବର୍ଷାରେ ବେହାଲ ହୋଇଛି ଉତ୍ତରାଖଣ୍ଡ । ପୂର୍ବରୁ ଧରାଲି ଓ  ଡେରାଡୁନରେ ବାଦଲଫଟା ବର୍ଷା ପ୍ରଳୟ ଆଣିଥିବା ବେଳେ ଏବେ ଚାମୋଲିରେ ପ୍ରକୃତି ରଚିଛି ତାଣ୍ଡବ । ଚାମୋଲିର ନନ୍ଦା ନଗରରେ ବାଦଲଫଟା ବର୍ଷା ପରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ହଠାତ୍ ବନ୍ୟା ମାଡ଼ି ଆସିବା କାରଣରୁ ୬ଟି ଅଟ୍ଟାଳିକା ଧରାଶାୟୀ ହୋଇଛି । ଘରେ କାଦୁଅ ମିଶା ପାଣି ପଶିଯିବା ସହ ଅନେକ କ୍ଷୟକ୍ଷତି କରିଛି । ପାଣି ଘେରରେ ରହିଛି ଅନେକ ଘର । ଧ୍ବଂସାବଶେଷ ତଳୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୦ ଜଣ ଏବେବି ନିଖୋଜ ଅଛନ୍ତି । ଏକାଧିକ ଲୋକ ଘରେ ଫସି ରହିଛନ୍ତି । ଉଦ୍ଧାର ପାଇଁ ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଏସଡିଆରଏଫକୁ  ମୁତୟନ କରାଯାଇଛି । ଆହତଙ୍କୁ ହସ୍ପିଟାଲ ପାଇଁ ପ୍ରସ୍ତୁତ ରଖାଯାଇଛି ୩ଟି ଆମ୍ବୁଲାନ୍ସ ।

Advertisment

ପୁଣି ବାଦଲଫଟା ବର୍ଷା
ଉତ୍ତରାଖଣ୍ଡରେ ପୁଣି ପ୍ରଳୟ
ବର୍ଷାରେ ବେହାଲ ହୋଇଛି ଉତ୍ତରାଖଣ୍ଡ
ଚାମୋଲି ନନ୍ଦା ନଗରରେ ବାଦଲଫଟା ବର୍ଷା ପରେ ଭୀଷଣ ବନ୍ୟା
ହଠତ୍ ବନ୍ୟା ମାଡ଼ିଆସିବାରୁ ୬ଟି ଅଟ୍ଟାଳିକା ଧରାଶାୟୀ
ରାସ୍ତା ଓ ଅନେକ ଘର ପାଣି ଘେରରେ ରହିଛି
ଅନେକ ଏବେବି ନିଖୋଜ ଅଛନ୍ତି
ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆରମ୍ଭ କଲେ ଉଦ୍ଧାର କାର୍ଯ୍ୟ
ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ପ୍ରୟାସ ଚଳାଇଛନ୍ତି
ଆଜି ଚାମୋଲିରେ ପ୍ରବଳ ବର୍ଷା  ନେଇ ସତର୍କ କରାଯାଇଛି