କନକ ବ୍ୟୁରୋ : ମଙ୍ଗଳବାର ସକାଳେ ବାଦଲଫଟା ବର୍ଷା ପରେ ପାହାଡ଼ ଉପରୁ ଖସି ଆସିଥିଲା ଆତଙ୍କ । ଉତ୍ତରକାଶୀର ଧରାଲି ଗାଁରେ ଦେଖିବାକୁ ମିଳିଥିଲା ଧ୍ବଂସଲୀଳା । ପ୍ରକୃତିର ତାଣ୍ଡବକୁ ୨୪ଘଣ୍ଟା ବିତିଯାଇଛି ଓ ଚାଲିଛି ଉଦ୍ଧାର କାମ । ମାଟି ତଳେ ଫସିରହିଥିବା ଶବକୁ ଉଦ୍ଧାର କରାଯାଉଛି । ଦେଢ଼ଶହରୁ ଅଧିକ ନିଖୋଜଙ୍କୁ ଖୋଜି ବାହାର କରିଛି ଏନଡିଆରଏଫ୍, ସେନା ଓ ଆଇଟିବିପିର ମିଳିତ ଟିମ୍ । ସେପଟେ ଆକାଶ ମାର୍ଗରୁ ସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂ ଧାମୀ ।
ଯେବେ ପ୍ରକୃତି ରାଗେ, ମଣିଷ କାନ୍ଦେ
ଧରାଲି ଗାଁ ଗଙ୍ଗୋତ୍ରୀଠୁ ୨୦ କିଲୋମିଟର ଦୂରରେ ରହିଛି
ଏହା ତୀର୍ଥଯାତ୍ରା ପାଇଁ ମୁଖ୍ୟ ରାସ୍ତା
୨୦୨୪ ଜୁଲାଇ ୩୧ରେ ଧରାଲି ଗାଁରେ ବଡ଼ ଭୂସ୍ଖଳନ ଘଟିଥିଲା
ଯେଉଁଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିଲା
ଅଧିକାଂଶ ଦୁର୍ଘଟଣା ଜୁଲାଇ ଓ ଅଗଷ୍ଟ ମାସରେ ଘଟିଥାଏ
ଏହା ପଛରେ ଏକାଧିକ ଭୌଗୋଳିକ କାରଣ ରହିଛି
ଯଦି ଗତ କିଛି ବର୍ଷର ତଥ୍ୟ ଉପରେ ନଜର ରଖିବା ତେବେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏଭଳି ପ୍ରଳୟଙ୍କରୀ ଧ୍ବଂସଲୀଳା ବାରମ୍ବାର ଘଟିଛି । ବିଶେଷ କରି ଖିରୋ ଗାର୍ଡ, ହର୍ଷିଲ, ବଡ଼କୋଟ, କେଦାର ଗାଁ, ଖଲ୍ଲାଡ଼, ମାଟଲାଡ଼ ଓ କର୍ବାରୀରେ ପ୍ରାୟତଃ ଭୂସ୍ଖଳନ, ବାଦଲଫଟା ବର୍ଷା ସମସ୍ୟା ଦେଖାଯାଏ । ୧୮୩୫ ମସିହାରୁ ଲଗାତାର ଏଭଳି ଦୈବ ଦୁର୍ବିପାକ ସମ୍ମୁଖୀନ ହେଉଛି ଉତ୍ତରକାଶୀ ।
ଯେବେ ପ୍ରକୃତି ରାଗେ, ମଣିଷ କାନ୍ଦେ
ଉତ୍ତରକାଶୀରେ ବର୍ଷ ବର୍ଷ ଧରି ତାଣ୍ଡବ ରଚୁଛି ପ୍ରକୃତି
୧୮୩୫ ମସିହାରୁ ବାରମ୍ବାର ଭୂସ୍ଖଳନ, ବନ୍ୟା, ବାଦଲଫଟା ବର୍ଷା ହୁଏ
୨୦୨୫ ଅଗଷ୍ଟ ୫ ପୂର୍ବରୁ ଏକାଧିକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟିଛି
୨୦୧୩ରେ କେଦାରନାଥ ଭୂସ୍ଖଳନ ଓ ବନ୍ୟା
୨୦୨୧ ଋଷି ଗଙ୍ଗା ବନ୍ୟା ବେଶ୍ ଭୟାବହ ଥିଲା
ଛୋଟବଡ଼ ଶତାଧିକ ଭୂସ୍ଖଳନ ଓ ବନ୍ୟା ଉତ୍ତରକାଶୀର ମେରୁଦଣ୍ଡକୁ ଭାଙ୍ଗିଛି
ଘଟଣାସ୍ଥଳରେ ଉଦ୍ଧାରକାମ ଜାରି ରହିଛି । ଦେଢ଼ଶହରୁ ଅଧିକ ନିଖୋଜଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଅନେକଙ୍କ ପତ୍ତା ମିଳୁନି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।