ମୁମ୍ୱାଇ ସମେତ  ମହାରାଷ୍ଟ୍ରରେ ପ୍ରକୃତିର ତାଣ୍ଡବ: ୪୮ ଘଣ୍ଟା ମଧ୍ୟରେ ବର୍ଷା ଯୋଗୁ ଗଲାଣି ୧୦ ଜୀବନ

ମୁମ୍ବାଇରେ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇଥିବା ବେଳେ ସୃଷ୍ଟି ହୋଇଛି ଟ୍ରାଫିକ୍ ସମସ୍ୟା । ଟ୍ରେନ ଓ ବିମାନ ଚଳାଚଳରେ ବାଧା ନେଇ ସୃଷ୍ଟି ହୋଇଛି ଆଶଙ୍କା । ପାଲଘର ଓ ଅନ୍ୟ କିଛି ଅଞ୍ଚଳରେ ବନ୍ଦ ରହିଛି ସ୍କୁଲ, କଲେଜ ।

rr

Photograph: (social media)

କନକ ବ୍ୟୁରୋ: ମୁମ୍ୱାଇ ସମେତ  ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଲାଗି ରହିଛି । ଗତ ୪୮ ଘଣ୍ଟା ମଧ୍ୟରେ ବର୍ଷା ଯୋଗୁ ମହାରାଷ୍ଟ୍ରରେ ୧୦ ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁସାରେ, ବର୍ଷାଜନିତ ଅଘଟଣରେ ନାସିକ ଜିଲ୍ଲାରେ ୪, ଧରାଶିବ ଅଞ୍ଚଳରେ ୨, ଅହଲ୍ୟା ନଗରରେ ୨, ଜାଲନା ଓ ୟବତମାଲା ଅଞ୍ଚଳରେ ଜଣେ ଲେଖାଏଁ ଲୋକଙ୍କ ଜୀବନ ଯାଇଛି । ମୁମ୍ବାଇରେ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇଥିବା ବେଳେ ସୃଷ୍ଟି ହୋଇଛି ଟ୍ରାଫିକ୍ ସମସ୍ୟା । ଟ୍ରେନ ଓ ବିମାନ ଚଳାଚଳରେ ବାଧା ନେଇ ସୃଷ୍ଟି ହୋଇଛି ଆଶଙ୍କା । ପାଲଘର ଓ ଅନ୍ୟ କିଛି ଅଞ୍ଚଳରେ ବନ୍ଦ ରହିଛି ସ୍କୁଲ, କଲେଜ । ବର୍ଷା ହେଉଥିବା ଅଞ୍ଚଳରୁ ମହାରାଷ୍ଟ୍ରରେ ପ୍ରାୟ ୧୨ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଚଳିତ ମୌସୁମୀ ଋତୁରେ କେବଳ ମୁମ୍ବାଇରେ ୩ ହଜାର ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ନିକଟକରେ କୋଲକାତାରେ ବର୍ଷା ବିତ୍ପାତରେ ୧୨ ଜଣ ପ୍ରାଣ ହରାଇଥିଲେ । ପୂଜା ପେଣ୍ଡାଲରେ ପାଣି ପଶିଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟରେ ବିଭିନ୍ନ ସମୟରେ ଘାଣ୍ଟି ହେଉଛି ଭାରତ । ଉନ୍ନତ ବୈଷୟିକ ଜ୍ଞାନକୌଶଳ ଯୋଗୁ ଋଷ ଭଳି ଦେଶରେ ବଡ଼ଧରଣର ଭୂମିକମ୍ପରେ କ୍ଷୟକ୍ଷତି ହେଉନଥିବା ବେଳେ ଭାରତରେ ବର୍ଷାରେ ବି ଜୀବନ ଯିବା ନେଇ ଉଦବେଗ ପ୍ରକାଶ ପାଇଛି । 

ମୁମ୍ବାଇ ପ୍ରବଳ ବର୍ଷା
ମହାରାଷ୍ଟ୍ରରେ ୧୦ ମୃତ 
୧୨, ୦୦୦ ଲୋକ ସ୍ଥାନାନ୍ତର
ମୁମ୍ବାଇରେ ସ୍ବାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ
ଆହୁରି ବର୍ଷା ନେଇ ପାଣିପାଗ ବିଭାଗର ସୂଚନା
ଜୟକୱାଡ଼ ଜଳଭଣ୍ଡାରର ୨୭ଟି ଗେଟ୍ ଖୋଲା
ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ୭, ୦୦୦ ଲୋକ ସ୍ଥାନାନ୍ତର 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe