କନକବ୍ୟୁରୋ : ଜମ୍ମୁକାଶ୍ମୀର କୁଲ୍ଲୁ ଓ ଡୋଡାରେ ପୁଣି ଫାଟିଲା ବାଦଲ । ଏହି ବାଦଲ ଫଟା ବର୍ଷା ପାଇଁ ପୂରା ଗାଁ ଭାସିଯାଇଥିବା ସୂଚନା ।  ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ । ପାଖାପାଖି ୧୦ ଟି ଘର ସମ୍ପୂର୍ଣ୍ଣ ଧୋଇ ଯାଇଥିବା ସୂଚନା ମିଳିଛି  ।  ସେହିପରି ଜମ୍ମୁ କଠୁଆରେ ପ୍ରବଳ ବନ୍ୟା ଦେଖିବାକୁ ମିଳିଛି  ।  ପ୍ରକୃତିର କରାଳ ରୂପରେ କଠୁଆ ଓ ଡୋଡାରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ସୁରକ୍ଷା କର୍ମୀମାନେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି  ।