ଜୀବନ ଜୀବିକା ଉପରେ ପ୍ରକୃତିର କୋପ, ସୁବର୍ଣ୍ଣରେଖା ବନ୍ୟାରେ ଭୋଗରାଇ ଅଞ୍ଚଳରେ ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ

ଚାଷ ପାଇଁ ପ୍ରଥମେ ଯେଉଁ ତଳି ପକାଇଥିଲେ ମାତ୍ର ପ୍ରଥମ ବନ୍ୟା ଅନେକ ନଷ୍ଟ କରିଦେଇଥିଲା। ପୁଣି ତଳି ପକାଇ କିଛି ଚାଷୀ ତଳି ରଇଥିଲେ ତାହା ଷଷ୍ଠ ବନ୍ୟାରେ ନଷ୍ଟ ହୋଇଛି। ଯାହାକୁ ନେଇ ଚାଷୀକୁଳ କେମିତି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି।।

17

କନକ ବ୍ୟୁରୋ : ନଦୀ କୁଳିଆବାସୀଙ୍କ ଜୀବନ ଜୀବିକା ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ହୋଇଛି। ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇଛନ୍ତି । ଚାଷ ପାଇଁ ପ୍ରଥମେ ଯେଉଁ ତଳି ପକାଇଥିଲେ ମାତ୍ର ପ୍ରଥମ ବନ୍ୟା ଅନେକ ନଷ୍ଟ କରିଦେଇଥିଲା। ପୁଣି ତଳି ପକାଇ କିଛି ଚାଷୀ ତଳି ରଇଥିଲେ ତାହା ଷଷ୍ଠ ବନ୍ୟାରେ ନଷ୍ଟ ହୋଇଛି। ଯାହାକୁ ନେଇ ଚାଷୀକୁଳ କେମିତି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି।। ଭୋଗରାଇ ବ୍ଲକର ନଦୀ କୁଳିଆ ପଂଚାୟତ ଆରୁହାବର୍ତ୍ତୀ ଓ କୁମ୍ଭୀରଗଡି ପଂଚାୟତରୁ ପାଣି ଛାଡ଼ିଥିବା ବେଳେ ନଦୀ ବନ୍ଧ ଭିତରପଟ ୫ଟି ପଂଚାୟତ କୁସୁଡା, ଗବ ଗାଁ, ନାଚିଣ୍ଡା କଚୁଆଡି ଓ ଖରିଦପିପଲରେ ଏବେ ବି ଚାଷ ଜମିରେ ପାଣି ଜମି ରହିଛି। ଯାହାକୁ ଦେଖି ଚାଷୀ କୁଳ ଭାଙ୍ଗି ପଡିଛନ୍ତି। ଏବେ ସରକାରୀ ସହାୟତାକୁ ସମସ୍ତ ଚାଷୀ କୁଳଙ୍କ ଅପେକ୍ଷା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe