କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ସହଯୋଗୀ ଏଲନ ମସ୍କଙ୍କ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ । ହଜାର ହଜାର ପ୍ରଦର୍ଶନକାରୀ ସରକାରଙ୍କ ନୀତି ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କରିବା ସହ ରାସ୍ତାକୁ ଓହ୍ଲାଇଛନ୍ତି । ଏହି ପ୍ରତିବାଦକୁ ଆମେରିକାରେ ହ୍ୟାଣ୍ଡସ୍ ଅଫ୍ ନାମ ଦିଆଯାଇଛି । ସେ ଲୋକଙ୍କ ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରିବା ବନ୍ଦ କରିବା ଉଚିତ୍ ବୋଲି ପ୍ରତିବାଦକାରୀ ମାନେ ଦାବି କରିଛନ୍ତି । ହ୍ୟାଣ୍ଡସ୍ ଅଫ୍ ପ୍ରୋଟେଷ୍ଟକୁ ଆମେରିକାରେ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ପ୍ରତିବାଦ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଉଛି । ୫୦ଟି ରାଜ୍ୟର ୧୨୦୦ ରୁ ଅଧିକ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ନାଗରିକ ଅଧିକାର ସଂଗଠନ, ଶ୍ରମିକ ସଂଗଠନ, ଏଲଜିବିଟି ସମର୍ଥକ, ମାନବାଧିକାର କର୍ମୀ ସମେତ ୧୫୦ରୁ ଅଧିକ ସଂଗଠନ ଦେଶବ୍ୟାପୀ ରାଲିରେ ସାମିଲ ହୋଇଛନ୍ତି।

Advertisment

ଟ୍ରମ୍ପ-ମସ୍କଙ୍କୁ ଆମେରିକାରେ ବିରୋଧ
ଆମେରିକାରେ ଟ୍ରମ୍ପ ଓ ମସ୍କଙ୍କୁ ବିରୋଧ
ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପ୍ରତିବାଦକାରୀ
ସରକାରଙ୍କ ନୀତି ବିରୁଦ୍ଧରେ ଅସନ୍ତୋଷ ତୀବ୍ର
୨୦୧୭ ଏବଂ ୨୦୨୦ର ପ୍ରତିବାଦ ପରେ ସବୁଠାରୁ ବଡ଼ ପ୍ରଦର୍ଶନ
ଫେଡେରାଲ୍ ଛଟେଇ, ନିର୍ବାସନ ଏବଂ ଏଲଜିବିଟି-ସମ୍ବନ୍ଧୀୟ ନୀତିକୁ ବିରୋଧ
ଏଲନ ମସ୍କ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକଛତ୍ରବାଦୀ କହିଲେ ଆନ୍ଦୋଳନକାରୀ
ଟ୍ରମ୍ପ୍ ଆମେରିକାକୁ ଘୃଣ୍ୟ ଦେଶରେ ପରିଣତ କରୁଥିବା ପ୍ରତିବାଦକାରୀଙ୍କ ଅଭିଯୋଗ
'ଦେଶର ସମ୍ବଳର ଅପବ୍ୟବହାର କରୁଛନ୍ତି ଏଲନ ମସ୍କ'
ସରକାର ନିଜର ନୀତି ପରିବର୍ତ୍ତନ ନକଲେ ଆନ୍ଦୋଳନ ହେବ ତୀବ୍ରତର