କୋଲକାତା ଦୁଷ୍କର୍ମ ମାମଲାର ସୁପ୍ରିମ ଶୁଣାଣି ; ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ ନ୍ୟାସନାଲ ଟାସ୍କ ଫୋର୍ସ

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ ସୁପ୍ରିମକୋର୍ଟ । କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବ ନ୍ୟାସନାଲ ଟାସ୍କ ଫୋର୍ସ । ସେପଟେ ୧୦ଦିନ ଧରି ଅନଶନ ଜାରି ରଖିଛନ୍ତି ଜୁନିୟର ଡାକ୍ତର ।

39supreme

କନକ ବ୍ୟୁରୋ: କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣୀ । ସେପ୍ଟେମ୍ବର ୩୦ ତାରିଖ ଶୁଶାଣିରେ ସିଜେଆଇ ମାମଲା ସମ୍ବନ୍ଧିତ ରିପୋର୍ଟ ନ୍ୟାଶନାଲ ଟାସ୍କ ଫୋର୍ସଠୁ ଷ୍ଟାଟସ ରିପୋର୍ଟ ମାଗିଥିଲେ । ଗତ ଶୁଶାଣିରେ ସିବିଆଇକୁ କୋର୍ଟ ଅନେକ ପ୍ରଶ୍ନ ପଚାରିଥିଲେ ମାମଲାର ତଦନ୍ତ କେତେଦୂର ଆଗେଇଛି? ଅଭିଯୁକ୍ତଙ୍କ ନାଁର ତାଲିକା କୋର୍ଟରେ ଦେବାକୁ ନିର୍ଦ୍ଦେଶ ।

ଅନ୍ୟପଟେ ୫ଅକ୍ଟୋବରରୁ ଜାରି ରହିଛି ଡାକ୍ତରଙ୍କ ଅନଶନ । ଆଜି ଅନଶନକୁ ପୂରିଛି ୧୦ଦିନ । ଏହା ଭିତରେ କିଛି ଡାକ୍ତର ଅସୁସ୍ଥ ହୋଇପଡିଥିବା ସୂଚନା ମଧ୍ୟ ମିଳିଛି । ଅଗଷ୍ଟ ୯ ଭୋରୁ କୋଲକାତା ଆରଜି କର ହସ୍ପିଟାଲ ପରିସରରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ଆସିବା ପରେ ସାରା ଦେଶରେ ଚହଳ ପଡିଥଲା । ସେହିଦିନ ଠୁ ଡାକ୍ତରଙ୍କ ଆନ୍ଦୋଳନ ଚାଲିଛି । ମମତା ସରକାରଙ୍କ ମଧ୍ୟସ୍ଥତା ମଧ୍ୟ କିଛି ପ୍ରଭାବ ପକାଇପାରିନି । ଆଜିକୁ ଆନ୍ଦୋଳନକୁ ୪୨ଦିନ ପୂରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe