କନକ ବ୍ୟୁରୋ : ଆଜି ଜାତୀୟ ମହାକାଶ ଦିବସ । ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ଭାରତ ଦୁଇବର୍ଷ ହେଲା ପାଳନ କରିଆସୁଛି । ୨୦୨୩ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଭାରତର ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରିଥିଲା । ଏହାକୁ ସ୍ମରଣୀୟ କରିବା ପାଇଁ ଅଗଷ୍ଟ ୨୩ ତାରିଖକୁ ଭାରତ ୨୦୨୪ରୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିଆସୁଛି । ଏ ବର୍ଷ ଜାତୀୟ ମହାକାଶ ଦିବସର ଥିମ୍ ରହିଛି  ‘ଆର୍ଯ୍ୟଭଟ୍ଟରୁ ଗଗନଯାନ : ପ୍ରାଚୀନ ଜ୍ଞାନରୁ ଅସୀମ ସମ୍ଭାବନା ପର୍ଯ୍ୟନ୍ତ’। ଜାତୀୟ ମହାକାଶ ଦିବସ ଅବସରରେ ନୂଆଦିଲ୍ଲୀରେ ‘ବିକଶିତ ଭାରତ ୨୦୪୭ ପାଇଁ ମହାକାଶ ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରୟୋଗର ଲାଭ’ ଶୀର୍ଷକ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଉଦବୋଧନ ଦେଇ ମହାକାଶ ବିଜ୍ଞାନୀଙ୍କୁ ପ୍ରଶଂସା କରିବା ସହିତ ଭାରତର ଭବିଷ୍ୟତ ମହାକାଶ ଅଭିଯାନ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣ, ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ରର ଏକ ମଡେଲ ପ୍ରଦର୍ଶନ କରାଯାଇଛି । ୨୦୨୮ ସୁଦ୍ଧା ଭାରତରେ ଏହାର ଏକ ମଡ୍ୟୁଲ୍ ମହାକାଶକୁ ପଠାଇବା ଓ ୨୦୩୫ ସୁଦ୍ଧା ମହାକାଶରେ ଏକ ମହାକାଶ କେନ୍ଦ୍ର ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛି । 

Advertisment

ଆଜି ଜାତୀୟ ମହାକାଶ ଦିବସ
ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯାଉଛି
୨୦୨୩ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣ କରିଥିଲା
ଏହାକୁ ସ୍ମରଣୀୟ କରିବାକୁ ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ
ଏ ବର୍ଷର ଥିମ୍ ‘ଆର୍ଯ୍ୟଭଟ୍ଟରୁ ଗଗନଯାନ : ପ୍ରାଚୀନ ଜ୍ଞାନରୁ ଅସୀମ ସମ୍ଭାବନା ପର୍ଯ୍ୟନ୍ତ’
ନୂଆଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ
୨୦୦୮ ରେ ଭାରତର ପ୍ରଥମ ଚନ୍ଦ୍ରଯାନ ମିଶନ
ଚନ୍ଦ୍ରଯାନ ମିଶନରେ ମହାକାଶରେ ମିଳିଥିଲା ପାଣିର ସନ୍ଧାନ
୨୦୧୩ ରେ ଭାରତ କରିଥିଲା ମଙ୍ଗଳଯାନ ମିଶନ
ପ୍ରଥମ ପ୍ରୟାସରେ ହିଁ ଇସ୍ରୋ ସଫଳ ହୋଇଥିଲା
ବିଶ୍ବର ସବୁଠୁ ଶସ୍ତା ମଙ୍ଗଳ ମିଶନ ଥିଲା
ଏହି ମିଶନ ପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା
୨୦୨୬ରେ ଭାରତ କରିବ ଗଗନ ଯାନ ମିଶନ