କନକ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଏନଏସଏ ଅଜିତ ଡୋଭାଲ । ବିମାନବନ୍ଦରରେ ସ୍ୱାଗତ କଲେ ପୋଲିସ ଡିଜି । ଓଡ଼ିଶାରେ ଆୟୋଜିତ ଡିଜି-ଆଇଜି ସମ୍ମିଳନୀରେ ସାମିଲ ହେବେ ଡୋଭାଲ ।
ଆଜିଠୁ ଭୁବନେଶ୍ୱରରେ ୫୯ ତମ ଡିଜି-ଆଇଜି ସମ୍ମିଳନୀ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହେବେ । ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଡିଜିପି ସମ୍ମିଳନୀରେ ଚର୍ଚ୍ଚା ଓ ଆଲୋଚନା ହେବ । କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ସମସ୍ତ ରାଜ୍ୟର ଡିଜି ଆଇଜିପି ଓ ବିଭିନ୍ନ ସୁରକ୍ଷା ବଳର ମୁଖ୍ୟ ।
ଗୃହମନ୍ତ୍ରୀ ଅମିତ ଶାହ ଦିନ ୧ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧାସଳଖ ଲୋକସେବା ଭବନ କନ୍ଭେନସନ୍ ହଲକୁ ଯିବେ । ସେଠାରେ ଡିଜି-ଆଇଜିପି ସମ୍ମିଳନୀକୁ ଉଦ୍ଘାଟନ କରିବେ । ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ । ବୈଠକ ସରିବା ପରେ ଅମିତ ଶାହ ଆଇପିଏସ୍ ମେସ୍କୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/11/29/AK5cTySJUrkEma8yZaeC.jpg)