କନକ ବ୍ୟୁରୋ: ରାଜସ୍ଥାନର ଉଦୟପୁରଠାରେ ଆୟୋଜିତ ୬୯ତମ ଜାତୀୟ ୧୯ବର୍ଷରୁ କମ୍ ସ୍କୁଲ୍ ଗେମ୍ସର ବାଳକ ହକିରେ ଓଡ଼ିଶା ଉପବିଜେତା ହୋଇଛି। ଚଳିତ ଜାନୁଆରି ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା ଫାଇନାଲ୍ରେ ଆୟୋଜକ ରାଜସ୍ଥାନଠାରୁ ୨-୩ ଗୋଲ୍ରେ ହାରି ଅଳ୍ପକେ ବିଜେତା ହେବାରୁ ବଞ୍ଚିତ ହୋଇଥିଲା। ଏହା ପୂର୍ବରୁ ଓଡ଼ିଶା ତା’ର ଲିଗ୍ ମ୍ୟାଚ୍ରେ କର୍ଣ୍ଣାଟକକୁ ୪-୨ ଏବଂ ଜମ୍ମୁ କାଶ୍ମୀରକୁ ୧୩-୧ରେ ହରାଇ ପ୍ରିକ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲା।
ଆହୁରି ପଢ଼ନ୍ତୁ...ରାଜ୍ୟ ଲନ୍ ବଲ୍ରେ ବଲାଙ୍ଗୀରର ବାଜିମାତ୍
ସେଠାରେ ଉତ୍ତର ପ୍ରଦେଶକୁ ୨-୦ରେ ହରାଇ କ୍ବାର୍ଟର ଫାଇନାଲ୍କୁ ଯାଇଥିଲା। ସେହିଭଳି କ୍ବାର୍ଟର ଫାଇନାଲ୍ରେ ମଧ୍ୟପ୍ରଦେଶକୁ ୨-୧ ଏବଂ ସେମିଫାଇନାଲ୍ରେ ହିମାଚଳପ୍ରଦେଶକୁ ୩-୧ ଗୋଲ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲା। ସୁଜିତ କୁମାର ସାହୁ ପରିଚାଳନା ଏବଂ ଅଜୟ କୁମାର ରାଉତଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଦଳ ଏହି ସଫଳତା ଲାଭ କରିଥିଲା। ଏଥିଲାଗି ଓଡ଼ିଶା ଖେଳାଳିମାନଙ୍କୁ ପରିଷଦର ଅଧକ୍ଷ, ସଚିବ, ଉପସଚିବ ପ୍ରମୁଖ ଅଭିନନ୍ଦନ ଜ୍ଞାପନ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/18/hockey-2026-01-18-20-29-20.jpg)