Nitin Gadkari Photograph: (Kanak News)
କନକ ବ୍ୟୁରୋ : ଭୁବନେଶ୍ବରରେ ଆରମ୍ଭ ହେଲା ଜାତୀୟ ରୋଡ୍ କଂଗ୍ରେସ ସମ୍ମିଳନୀ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଭାରତକୁ ବିଶ୍ୱଗୁରୁ କରିବା ସମସ୍ତଙ୍କ ଲକ୍ଷ୍ୟ । ମୋଦିଜୀଙ୍କ ନେତୃତ୍ଵରେ ଆମେ ସଡକ ନିର୍ମାଣ କ୍ଷେତ୍ରରେ ଅଧିକ ବିକାଶ ହୋଇଛି । ଅର୍ଥର ଅଭାବ ନାହିଁ, କିନ୍ତୁ କଥା ଖର୍ଚ୍ଚର । ବିଳମ୍ବିତ ନିଷ୍ପତ୍ତି ପାଇଁ ଫାଇଲ ଆଗକୁ ଯାଏନି । କାମ ହୋଇପାରୁନି , ନିଷ୍ପତ୍ତି ଶୀଘ୍ର ନେବା ଆବଶ୍ୟକ ।
ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୯ ସୁଦ୍ଧାର ହଜାରେ କିମି ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜଧାନୀରେ ଆରମ୍ଭ ହୋଇଥିବା ରୋଡ କଂଗ୍ରେସ ସମ୍ମଳନୀ ନଭେମ୍ବର ୧୦ ତାରିଖ ଯାଏଁ ସଡ଼କ ପରିବହନ ସଂକ୍ରାନ୍ତରେ ପର୍ଯ୍ୟାୟକ୍ରମେ ଆଲୋଚନା ହେବ। ୫ ଦିନ ଧରି ରୋଡ୍ କଂଗ୍ରେସ ମହାକୁମ୍ଭରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ପ୍ରତିନିଧିଙ୍କ ସହ ସ୍ବତନ୍ତ୍ର ଅଧିବେଶନ ଜରିଆରେ ରୋଡ କଂଗ୍ରେସର ଭବିଷ୍ୟତକୁ ନେଇ ନକ୍ସା ଅଙ୍କାଯିବ। ସଡ଼କ ପରିବହନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ତର୍ଜମା କରିବେ ମନ୍ତ୍ରୀ ଓ ଅଧିକାରୀ । ରାସ୍ତା ସଂପର୍କିତ ସମସ୍ୟା ଓ ଏହାର ସମାଧାନ ଦିଗରେ ନୀତି ଓ ନକ୍ସା ପ୍ରସ୍ତୁତ ହେବ ।
ଅଧିକ ପଢ଼ନ୍ତୁ--ରାଜସ୍ବ ନିରୀକ୍ଷକ ପଦୋନ୍ନତି ନିର୍ଦ୍ଦେଶ ଓଡ଼ିଶା ହାଇକୋର୍ଟରେ ରଦ୍ଦ
ଦୀର୍ଘବର୍ଷ ପରେ ଓଡ଼ିଶା ୮୪ତମ ଜାତୀୟ ରୋଡ କଂଗ୍ରେସର ଆୟୋଜକ ସାଜିଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରର ଅଧିକାରୀ, ବିଶେଷଜ୍ଞ, ଇଞ୍ଜିନିୟର ଗୋଟିଏ ମଞ୍ଚରେ ବସି ସଡ଼କ ଭିତ୍ତିଭୂମି ନେଇ ମାନସମନ୍ଥନ କରିବେ । ସାଢେ ୩ ହଜାରରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
ଆସନ୍ତାକାଲି ଅର୍ଥାତ୍ ୭ ତାରିଖରେ ରୋଡ୍ କଂଗ୍ରେସର ପରିଷଦ ବୈଠକ, ୮ରେ ରାଜପଥ ଗବେଷଣା ବୋର୍ଡ ବୈଠକ, ୯ରେ ବ୍ୟାବସାୟିକ ବୈଠକ, ୧୦ ତାରିଖରେ ଉଦ୍ଯାପନୀ ଉତ୍ସବ । ପ୍ରତିନିଧିଙ୍କ ସହ ସ୍ବତନ୍ତ୍ର ଅଧିବେଶନ ଜରିଆରେ ରୋଡ କଂଗ୍ରେସର ଭବିଷ୍ୟତକୁ ନେଇ ନକ୍ସା ଅଙ୍କାଯିବ । ସଡ଼କ ପରିବହନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ତର୍ଜମା କରିବେ ମନ୍ତ୍ରୀ ଓ ଅଧିକାରୀ । ରାସ୍ତା ସଂପର୍କିତ ସମସ୍ୟା ଓ ଏହାର ସମାଧାନ ଦିଗରେ ନୀତି ଓ ନକ୍ସା ପ୍ରସ୍ତୁତ ହେବ ।
Follow Us