‘ଅପରେସନ୍ ସିନ୍ଦୂର ପିଲାଙ୍କ ଭିଡିଓ ଗେମ୍…’ କଂଗ୍ରେସ ନେତାଙ୍କ ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

Advertisment

ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ସଭାପତିଙ୍କ ଏଭଳି ବୟାନ ପରେ ମହାରାଷ୍ଟ୍ର ବିଜେପି ମୁଖ୍ୟ ତଥା ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରଶେଖର ବାଓ୍ୱନକୁଲେ ତାଙ୍କୁ କଟାକ୍ଷ କରିଛନ୍ତି । କହିଛନ୍ତି, ନାନା ପଟୋଲେ ଅପରେସନ୍ ସିନ୍ଦୂରକୁ କମ୍ପ୍ୟୁଟର ଗେମ୍ ବୋଲି କହି ପ୍ରମାଣ କରିଦେଇଛନ୍ତି ଯେ କଂଗ୍ରେସର ହାତ ପାକିସ୍ତାନ ସହିତ ରହିଛି ।

ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ସଭାପତିଙ୍କ ଏଭଳି ବୟାନ ପରେ ମହାରାଷ୍ଟ୍ର ବିଜେପି ମୁଖ୍ୟ ତଥା ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରଶେଖର ବାଓ୍ୱନକୁଲେ ତାଙ୍କୁ କଟାକ୍ଷ କରିଛନ୍ତି । କହିଛନ୍ତି, ନାନା ପଟୋଲେ ଅପରେସନ୍ ସିନ୍ଦୂରକୁ କମ୍ପ୍ୟୁଟର ଗେମ୍ ବୋଲି କହି ପ୍ରମାଣ କରିଦେଇଛନ୍ତି ଯେ କଂଗ୍ରେସର ହାତ ପାକିସ୍ତାନ ସହିତ ରହିଛି ।

NANA PATOLE

NANA PATOLE Photograph: (KanakNews )

କନକ ବ୍ୟୁରୋ: ଅପରେସନ୍ ସିନ୍ଦୂର ନେଇ ବିବାଦୀୟ ବୟାନ ରଖିଲେ ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନାନା ପଟୋଲେ । ଅପରେସନ୍ ସିନ୍ଦୂରକୁ ଭିଡିଓ ଗେମ୍ ବୋଲି କହିବା ସହିତ ବିଜେପି ସରକାରକୁ କଟାକ୍ଷ କରିଛନ୍ତି ମହାରାଷ୍ଟ୍ରର ଏହି ନେତା । ତାଙ୍କ କହିବା ମୁତାବକ, ପାକିସ୍ତାନର କେଉଁ କେଉଁ ଜାଗାରେ ଆମେ ଆକ୍ରମଣ କରିବା, ବିଦେଶ ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ଜଣାପଡୁଥିଲା । ଯାହାଫଳରେ ପାକିସ୍ତାନ ସେହି ସେହି ଜାଗାରୁ ନିଜ ଲୋକଙ୍କୁ ହଟାଇ ଦେଇଥିଲା । ଯାହାଫଳରେ କି, ଅପରେସନ୍ ସିନ୍ଦୂର ପିଲାଙ୍କ ଦ୍ୱାରା କମ୍ପ୍ୟୁଟରରେ ଖେଳାଯାଉଥିବା ଏକ ଭିଡିଓ ଗେମ୍ ଭଳି ହୋଇଯାଇଥିଲା ।

ତେବେ ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ସଭାପତିଙ୍କ ଏଭଳି ବୟାନ ପରେ ମହାରାଷ୍ଟ୍ର ବିଜେପି ମୁଖ୍ୟ ତଥା ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରଶେଖର ବାଓ୍ୱନକୁଲେ ତାଙ୍କୁ କଟାକ୍ଷ କରିଛନ୍ତି । କହିଛନ୍ତି, ନାନା ପଟୋଲେ ଅପରେସନ୍ ସିନ୍ଦୂରକୁ କମ୍ପ୍ୟୁଟର ଗେମ୍ ବୋଲି କହି ପ୍ରମାଣ କରିଦେଇଛନ୍ତି ଯେ କଂଗ୍ରେସର ହାତ ପାକିସ୍ତାନ ସହିତ ରହିଛି । ଭାରତର ଶତ୍ରୁଙ୍କ ଛାତିରେ ଭୟ ସୃଷ୍ଟି କରୁଥିବା ଅପରେସନ୍ ସିନ୍ଦୂରକୁ ଅପମାନ କରିବା ଆମ ବୀର ସୈନିକ ଏବଂ ତାଙ୍କ ବୀରତ୍ୱ ପ୍ରତି ଅପମାନ ଅଟେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅପରେସନ୍ ସିନ୍ଦୂର କୌଣସି କମ୍ପ୍ୟୁଟର୍ ଗେମ୍ ନୁହେଁ, ଏହା ପାକିସ୍ତାନର ଆତଙ୍କୀଙ୍କୁ ସଫା କରିବା ପାଇଁ କରାଯାଇଥିବା ଏକ ବୀରତ୍ୱପୂର୍ଣ୍ଣ ଅପରେସନ୍ । ଏହା ବୀରତ୍ୱର ଏକ ଜ୍ୱଳନ୍ତ ଉଦାହରଣ, ଯାହାକି ଦେଶଦ୍ରୋହୀଙ୍କ ମନରେ ଭୟ ସୃଷ୍ଟି କରିଛି । ଜାଣିରଖିବା ଉଚିତ୍ ଯେ, ପହଲଗାମ୍ ଆକ୍ରମଣ ପରେ ଭାରତ ଏହାର ପ୍ରତି ଜବାବରେ ଅପରେସନ୍ ସିନ୍ଦୂର କରିଥିଲା । ଯେଉଁଥିରେ କି ଭାରତୀୟ ସେନାର ଯବାନମାନେ ପାକିସ୍ତାନ ଏବଂ ପିଓକେ ଭିତରେ ପଶି ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe