କନକ ବ୍ୟୁରୋ:  ପୁରୀରେ ପ୍ରଥମ ଥର ପାଇଁ ପାଳିତ ହେବ ଜାତୀୟ ନ୍ୟାଭି ଡେ । ଡିସେମ୍ବର ୪ ତାରିଖରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ । ଏହା ପୂର୍ବରୁ ପୁରୀରେ ହୋଇଛି ବ୍ୟାପକ ପ୍ରସ୍ତୁତି । ରଣଭୂମି ପାଲଟି ଯାଇଛି ପୁରୀ ବେଳାଭୂମୀ । ଟ୍ୟାଙ୍କ ଗୁଡ଼ିକ ବେଳାଭୂମିରେ ଦେଖାଉଛନ୍ତି କୌଶଳ। ଯୁଦ୍ଧଭୂମି ଭଳି ଲାଗୁଛି ବେଳାଭୂମି । ଶୁଭୁଛି ଯୁଦ୍ଧପୋତର ଗର୍ଜନ । ଆକାଶରେ ପଇଁତରା ମାରୁଛି ଯୁଦ୍ଧ ବିମାନ । ସମୁଦ୍ରରେ ବୁଲୁଛି ନୌସେନା ଯୁଦ୍ଧ ଜାହାଜ । ଆଉ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।