କନକ ବ୍ୟୁରୋ: ନୂଆଦିଲ୍ଲୀରେ ଚାଲିଥିବା ଅଲ୍ ଇଣ୍ଡିଆ ସିଭିଲ୍ ସର୍ଭିସ୍ ହକି (ପୁରୁଷ ଓ ମହିଳା) ପ୍ରତିଯୋଗିତାରେ ଓଡ଼ିଶା ସଚିବାଳୟ ମହିଳା ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରି ଫାଇନାଲ୍ରେ ପ୍ରବେଶ କରିଛି । ଶୁକ୍ରବାର ସେମିଫାଇନାଲ୍ରେ ଓଡ଼ିଶା ୧୦-୧ ଗୋଲ୍ରେ ଦିଲ୍ଲୀକୁ ପରାସ୍ତ କରିଛି । ଓଡ଼ିଶା ଶନିବାର ଫାଇନାଲ୍ରେ କେନ୍ଦ୍ରୀୟ ସଚିବାଳୟ ସହିତ ମୁହାଁମୁହିଁ ହେବ । ଏହା ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଓଡ଼ିଶା ଦମଦାର୍ ପ୍ରଦର୍ଶନ କରି ପାଞ୍ଚଟି ଲଗାତାର ବିଜୟ ହାସଲ କରିଥିଲା । ପ୍ରଥମ ମ୍ୟାଚ୍ରେ ମହାରାଷ୍ଟ୍ରକୁ ୧୧–୦ରେ, ଦ୍ୱିତୀୟରେ ହରିୟାଣାକୁ ୩-୦ରେ, ତୃତୀୟରେ ଛତିଶଗଡ଼କୁ ୭-୧ରେ, ଚତୁର୍ଥରେ ରାଜସ୍ଥାନକୁ ୯-୦ରେ ଏବଂ ପଞ୍ଚମରେ ବିହାରକୁ ୬–୦ ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଥିଲା ଓଡ଼ିଶା ।
ଏହା ବି ପଢ଼ନ୍ତୁ; ଜାତୀୟ କରାଟେ: ଓଡ଼ିଶାକୁ ଆଉ ୨ ସ୍ୱର୍ଣ୍ଣ
ଓଡ଼ିଶା ଦଳରେ ବିମଳା ବାରୱା, ଖୁସବୁ କୁଜୁର, ଅସ୍ମିତା ବାର୍ଲା, ପ୍ରେମାଞ୍ଜଳି ଟପ୍ପୋ, ରାହିଲ ତିର୍କି, ଜାହ୍ନବୀ ପ୍ରଧାନ, ଲକ୍ଷ୍ମୀ ଏକ୍କା, ନେହା ଲାକ୍ରା, ଦୀପ୍ତି ଲାକ୍ରା, ପ୍ରେମିତା ବାରା, ଫ୍ଲୋରେନ୍ସିଆ ଏକ୍କା, ସରସ୍ୱତୀ ଓରାମ, ରୋଜିତା କୁଜୁର, ସୁଜାତା ଏକ୍କା, ଉମା ଲାକ୍ରା, ଲୁସିଲା ଏକ୍କା, ମେରୀ ଫ୍ଲୋରିଟା ଏକ୍କା, କୁମୁଦିନୀ ଲାକ୍ରା ଅଛନ୍ତି । ଦଳର ମ୍ୟାନେଜର ତଥା କୋଚ୍ ଭାବେ ପ୍ରୀତି ତିର୍କି ଦାୟିତ୍ୱ ବହନ କରୁଛନ୍ତି ।
Follow Us