କନକ ବ୍ୟୁରୋ: ପହଲଗାମ ଆକ୍ରମଣର ତଦନ୍ତ ଜୋରଦାର । ଓଡିଶାରେ ପହଞ୍ଚିଲା ଜାତୀୟ ତଦନ୍ତକାରୀ ଟିମ୍ । ମୃତ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ଓ ପୁଅଙ୍କୁ କଲେ ପଚରାଉଚରା । ବାଲେଶ୍ବର ଇଶାଣୀ ଗାଁରେ ପହଞ୍ଚି ତଦନ୍ତ କରୁଛି ଏନଆଇଏ । ପ୍ରଶାନ୍ତଙ୍କ ଘରେ ଏନଆଇଏର ପଚରାଉଚରା । ଆତଙ୍କବାଦୀ ଆକ୍ରମଣର ସେମାନେ ଥିଲେ ପ୍ରତ୍ୟକ୍ଷଦର୍ଶୀ । ଏନଆଇଏର ୩ ଜଣିଆ ଟିମ ୧୨ଟାରୁ ଆସି ପହଞ୍ଚିଛନ୍ତି ।
ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିଲେ ବାଲେଶ୍ୱରର ପ୍ରଶାନ୍ତ ଶତପଥୀ । ପ୍ରଶାନ୍ତଙ୍କୁ ହରାଇ ତାଙ୍କ ଗାଁରେ ଶୋକର ଛାୟା । ଏହି ଆକ୍ରମଣରେ ପ୍ରାୟ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏହି ଘଟଣା ପରେ ଆତଙ୍କବାଦ ବିରୋଧରେ କଠୋର ହୋଇଛନ୍ତି ଭାରତ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/04/26/H5RG4N7oWNOurDDSk2ez.jpg)