ପହଲଗାମ ଆକ୍ରମଣକୁ ନେଇ ଚାଲିଛି ଏନ୍‌ଆଇଏ ତଦନ୍ତ, ଆକ୍ରମଣରେ ସମ୍ପୃକ୍ତ ୧୪ ଆତଙ୍କବାଦୀଙ୍କ ତାଲିକା ଜାରି କଲା ଜାତୀୟ ତଦନ୍ତକାରୀ ସଂସ୍ଥା

ଆକ୍ରମଣରେ ସମ୍ପୃକ୍ତ ୧୪ ଆତଙ୍କବାଦୀଙ୍କ ତାଲିକା ଜାରି କଲା ଜାତୀୟ ତଦନ୍ତକାରୀ ସଂସ୍ଥା । ପହଲଗାମ ଆଖପାଖ ଅଞ୍ଚଳର ହୋଇଥିବା ସୂଚନା ।

୧୪ ଆତଙ୍କୀଙ୍କ ତାଲିକା ଦେଲା NIA

୧୪ ଆତଙ୍କୀଙ୍କ ତାଲିକା ଦେଲା NIA Photograph: (KanakNews)

କନକ ବ୍ୟୁରୋ: ଶ୍ରୀନଗରରେ ଏନ୍‌ଆଇଏ ଡିଜିଙ୍କ ବୈଠକରେ ପହଲଗାମ ଆକ୍ରମଣ ତଦନ୍ତ ନେଇ ହୋଇଛି ଆଲୋଚନା । ପହଲଗାମ ଆକ୍ରମଣ ପଛରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପୁରା ତାଲିକା ପ୍ରସ୍ତୁତ କରିଛି ଏନ୍‌ଆଇଏ । ଗତକାଲି ବୈସରଣ ଭ୍ୟାଲିରେ ପ୍ରାୟ ୩ଘଣ୍ଟା ଉପସ୍ଥିତ ରହି ଆକ୍ରମଣ ବିଷୟରେ ଆଲୋଚନା କରିଥିଲେ ଏନ୍‌ଆଇଏ ଡିଜି । 

ଆଉ ଏଜି ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ତଦନ୍ତର ଅଗ୍ରଗତି ନେଇ ଗୃହମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ପହଲଗାମ ଆକ୍ରମଣ ପଛରେ ୧୪ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି । ସମସ୍ତ ଆତଙ୍କବାଦୀ ସ୍ଥାନୀୟ ପହଲଗାମର । କିଛି ଆତଙ୍କବାଦୀଙ୍କ ଘର ମଧ୍ୟ ବିସ୍ଫୋରଣ କରି ଉଡାଇ ଦେଇଛି ସେନା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe