ସତ୍ୟନଗର ଶ୍ମଶାନରେ ଉତ୍ତମ ମାହାନ୍ତିଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା । ଶ୍ମଶାନ ବାହାରେ ସମର୍ଥକଙ୍କ ପ୍ରବଳ ଗହଳି ।

Advertisment

ସତ୍ୟନଗର ମଶାଣିରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ । ଦିଆଗଲା ଗାର୍ଡ ଅଫ ଅନର ।

ସତ୍ୟନଗର ମଶାଣିରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ । ଦିଆଗଲା ଗାର୍ଡ ଅଫ ଅନର ।

ଉତ୍ତମଙ୍କୁ . ଗାର୍ଡ ଅପ୍‌ ଅନର ।

ଉତ୍ତମଙ୍କୁ . ଗାର୍ଡ ଅପ୍‌ ଅନର । Photograph: (kanakNews)

 କନକ ବ୍ୟୁରୋ ; ଆରପାରିରେ ପ୍ରସିଦ୍ଧ ଅଭିନେତା ଉତ୍ତମ ମହାନ୍ତି। ଶୋକସନ୍ତପ୍ତ ପରିବାର, ପ୍ରଶଂସକ ଉତ୍ତମଙ୍କୁ ଶେଷ ବିଦାୟ ଦେଇଛନ୍ତି। ଭୁବନେଶ୍ବର ସତ୍ୟନଗର  ଶ୍ମଶାନରେ ଉତ୍ତମ ମାହାନ୍ତିଙ୍କୁ  ରାଷ୍ଟ୍ରୀୟ ମର୍ଯ୍ୟାଦା  ପ୍ରଦାନ କରାଯାଇଛି ।  ଶ୍ମଶାନ ବାହାରେ ସମର୍ଥକଙ୍କ ପ୍ରବଳ ଗହଳି ଲାଗିଛି। 

ମହାନ ଜନନାୟକ ଙ୍କୁ ହରାଇ ଆଜି ସାରାଦୁନିଆ ସ୍ତବ୍ଧ ହୋଇପଡିଛନ୍ତି ସେହି 67 ବର୍ଷ କଣ ଯିବା ସମୟ କଣ ଆଉ କିଛି କ୍ଷଣ ଅଟକି ଯାଇଥିଲେ ହେଇନଥାନ୍ତା ତାଙ୍କର ଦଣ୍ତାବାଳୁଙ୍ଗା ଫିଲ୍ଲରେ ସେ ତାଙ୍କର ପରିଚୟ ପାଇଥିଲେ ।  ଏଥିସହ ସେ ସେ ସାଲବେଗ, ଜୟଦେବ ଏବଂ ବନ୍ଧୁ ମହାନ୍ତିଙ୍କ ଭୂମିକା ବି ନିଭାଇଥିଲେ । ସେହି ଚରିତ୍ରରେ  ଅଭିନୟ କରି ତାଙ୍କୁ ଦେଖି ଦର୍ଶକ ଙ୍କ ମନ ଜିଣିଥିଲେ  ।  ଓଡିଆ ସିନେମାର ସେ ଏକମାତ୍ର ନାୟକ ଯେ କିମ୍ବଦନ୍ତୀ ଆଧାରିତ ଫିଲ୍ଲ କରିପାରିଥିଲେ । ହେଲେ ଆଉ ନାହାନ୍ତି ସେହି ମହାନ କଳାକାର ।

ତାଙ୍କୁ ଝୁରୁଛନ୍ତି ଗାଁ ମାଟି ଝୁରୁଛି ପଡୋଶୀ ଝୁରୁଛି ସହପାଠୀ , ଏବେ ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଓଲିଉଡ଼ ସହ ଜଡିତ ବ୍ୟକ୍ତିବିଶେଷମାନେ ପହଂଚିଥିବାବେଳେ ବାସଭବନରେ ଶେଷ ଦର୍ଶନ ପରେ ସତ୍ୟନଗର ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି | 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe