କାଦୁଅ ପଚପଚ ଜାତୀୟ ରାଜପଥ ; ଅଟକି ରହିଲା ଶହଶହ ଗାଡି

Advertisment

କାଦୁଅ ରାସ୍ତା ପାଇଁ ଜାତୀୟ ରାଜପଥ ଜାମ୍ । କୋରାପୁଟ ଏନ୍‌ଏଚ୍‌ ୨୬ରେ ଅଟକିଛି ଶହ ଶହ ଗାଡ଼ି । ଅସରାଏ ବର୍ଷା ପରେ କାଦୁଅ ରାସ୍ତାରେ ଫସୁଛି ଗାଡି । ରାସ୍ତା କାମ ଶୀଘ୍ର ସାରିବାକୁ ଦାବି ।

କାଦୁଅ ରାସ୍ତା ପାଇଁ ଜାତୀୟ ରାଜପଥ ଜାମ୍ । କୋରାପୁଟ ଏନ୍‌ଏଚ୍‌ ୨୬ରେ ଅଟକିଛି ଶହ ଶହ ଗାଡ଼ି । ଅସରାଏ ବର୍ଷା ପରେ କାଦୁଅ ରାସ୍ତାରେ ଫସୁଛି ଗାଡି । ରାସ୍ତା କାମ ଶୀଘ୍ର ସାରିବାକୁ ଦାବି ।

NH Jam Koraput

NH Jam Koraput Photograph: (KanakNews)

କନକ ବ୍ୟୁରୋ: କାଦୁଅ ପାଇଁ ଜାମ୍ ହେଲା ଜାତୀୟ ରାଜପଥ । କାଦୁଅ ପଚପଚ ରାସ୍ତାରେ ଆଗକୁ ଗଡୁନି ଗାଡ଼ି । ଫଳରେ କିଲୋମିଟର କିଲୋମିଟର ପର୍ୟ୍ୟନ୍ତ ଅଟିକିଛି ଗାଡି । ଜାତୀୟ ରାଜପଥ ୨୬ରେ ପୁଣିଥରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କୋରାପୁଟ ଜାତୀୟ ରାଜପଥର ମୋହନପଡ଼ା ନିକଟରେ ପ୍ରବଳ କାଦୁଅ ଯୋଗୁଁ ଗାଡ଼ି ଫସି ରାସ୍ତା ଜାମ୍ ହୋଇଛି । ଉଭୟ ପାର୍ଶ୍ଵରେ ଅନେକ ଗାଡ଼ି ଅଟକି ରହିଛି । ଅସରାଏ ବର୍ଷାରେ ଏଭଳି ସ୍ଥିତି ଉପୁଜିଛି । ଜାତୀୟ ରାଜପଥ କାମ ଚାଲୁରହିଥିବାବେଳେ ବର୍ଷା ପରେ ଏଭଳି ସମସ୍ୟା ଉପୁଜୁଛି । 

ଅନ୍ୟପଟେ କାମର ମନ୍ଥର ଗତି ଯୋଗୁଁ ସାଧାରଣ ଲୋକେ ଯାତାୟାତରେ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି । ତେବେ ଏଭଳି ସମସ୍ୟା ବାରମ୍ବାର ଦେଖାଦେଉଥିବାବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe