କନକ ବ୍ୟୁରୋ: କାଦୁଅ ପାଇଁ ଜାମ୍ ହେଲା ଜାତୀୟ ରାଜପଥ । କାଦୁଅ ପଚପଚ ରାସ୍ତାରେ ଆଗକୁ ଗଡୁନି ଗାଡ଼ି । ଫଳରେ କିଲୋମିଟର କିଲୋମିଟର ପର୍ୟ୍ୟନ୍ତ ଅଟିକିଛି ଗାଡି । ଜାତୀୟ ରାଜପଥ ୨୬ରେ ପୁଣିଥରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କୋରାପୁଟ ଜାତୀୟ ରାଜପଥର ମୋହନପଡ଼ା ନିକଟରେ ପ୍ରବଳ କାଦୁଅ ଯୋଗୁଁ ଗାଡ଼ି ଫସି ରାସ୍ତା ଜାମ୍ ହୋଇଛି । ଉଭୟ ପାର୍ଶ୍ଵରେ ଅନେକ ଗାଡ଼ି ଅଟକି ରହିଛି । ଅସରାଏ ବର୍ଷାରେ ଏଭଳି ସ୍ଥିତି ଉପୁଜିଛି । ଜାତୀୟ ରାଜପଥ କାମ ଚାଲୁରହିଥିବାବେଳେ ବର୍ଷା ପରେ ଏଭଳି ସମସ୍ୟା ଉପୁଜୁଛି ।
ଅନ୍ୟପଟେ କାମର ମନ୍ଥର ଗତି ଯୋଗୁଁ ସାଧାରଣ ଲୋକେ ଯାତାୟାତରେ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି । ତେବେ ଏଭଳି ସମସ୍ୟା ବାରମ୍ବାର ଦେଖାଦେଉଥିବାବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/03/Sdbg5k8bbVsqgD15thcP.jpg)