କନକ ବ୍ୟୁରୋ : ଲୋକଙ୍କ ସରକାରରେ ଲୋକଙ୍କୁ ମିଳିବ ସୁଶାସନ । ଟେକ୍ନୋଲୋଜିର ବହୁଳ ବ୍ୟବହାର ଏହାକୁ ଆହୁରି ସହଜ କରିବ । ପ୍ରଶାସନ ଓ ଜନପ୍ରତିନିଧି ପ୍ରତିଟି ଲୋକଙ୍କ ପାଖରେ ଏହାକୁ ପହଞ୍ଚାଇବେ । ଓଡ଼ିଶାର ଏହି ସୁଶାସନ ମଡେଲ ଏବେ ଆଗକୁ ପୂରା ଦେଶ ପାଇଁ ପାଲଟିବ ଉଦାହରଣ ।

Advertisment

ଡବଲ ଇଞ୍ଜିନ ସରକାରରେ ଓଡ଼ିଶାବାସୀଙ୍କୁ ମିଳିବ ସୁଶାସନ । ଓଡ଼ିଶା ପାଇଁ ଅଙ୍କାଯାଇଥିବା ସୁଶାସନ ମଡେଲକୁ ପୂରା ଦେଶ ଆଗରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ୨ ଦିନିଆ ଜାତୀୟ ସୁଶାସନ କର୍ମଶାଳାରେ ବିପର୍ଯ୍ୟୟ ପ୍ରବଣ ରାଜ୍ୟରୁ ବାହାରି ଓଡ଼ିଶାର ପ୍ରଗତି ଚିତ୍ରକୁ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସୁଶାସନ ପ୍ରତ୍ୟେକ ବ୍ୟକ୍ତିର ଅଧିକାର, ସରକାରୀ ଅଧିକାରୀଙ୍କ ଦାୟିତ୍ୱ ।

ଆଗକୁ ହାତପାଆନ୍ତାରେ ସୁଶାସନ ପହଞ୍ଚାଇବାକୁ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି ସରକାର । ଏଥିରେ ସୁଶାସନ ପାଇଁ ଏଆଇର ଭୂମିକା ଯଥେଷ୍ଟ ଅଧିକ ରହିଛି । ଏବେ ମୌଳିକ ସେବା ଓ ସୁବିଧା ଅନଲାଇନରେ ମିଳୁଛି । ଯାହାକୁ ଆହୁରି ଲୋକାଭିମୁଖୀ କରାଯିବ । ପ୍ରଶାସନ ଉତ୍ତରଦାୟିତ୍ୱ ନେଉଥିବା ବେଳେ ଜନପ୍ରତିନିଧି ଲୋକଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେଉଛନ୍ତି । ଯାହା ସୁଶାସନ ମଡେଲକୁ ସଫଳ କରୁଛି ।

ସାଧାରଣ ଲୋକଙ୍କୁ ସୁଶାସନ ଯୋଗାଇଦେବାରେ ସରକାରୀ ଅଧକାରୀ ଓ ଜନପ୍ରତିନିଧିଙ୍କ ଭୂମିକା ଯଥେଷ୍ଟ ଅଧିକ । କିନ୍ତୁ ଦାୟିତ୍ୱରୁ ଦୂରେଇ ରହୁଥିବାରୁ ଅନେକ ସମୟରେ ସୁଶାସନରୁ ବଞ୍ଚିତ ହେଉଛନ୍ତି ଲୋକେ । ତେବେ ଡବଲ ଇଞ୍ଜିନ୍‌ ସରକାରରେ ଲୋକଙ୍କ ସମସ୍ୟାର ସମାଧାନ ସର୍ବୋପରି । ଲୋକଙ୍କ ସମସ୍ୟା ଦୂର କରିବାକୁ ରୋଡମ୍ୟାପ୍ କରିବାକୁ ପ୍ରଶାସନକୁ ହାତଖୋଲା ସୁଯୋଗ ମିଳିଛି । ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବାକୁ ଯୁବ ଅଫିସରଙ୍କ କାନ୍ଧରେ ବଡ଼ ଦାୟିତ୍ୱ ରହିଛି । ଜାତୀୟ ସୁଶାସନ କର୍ମଶାଳା ଆୟୋଜନ କରିଥିବାରୁ ଓଡ଼ିଶାକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ।

ସାଧାରଣ ଲୋକଙ୍କୁ ମିଳିବ ସୁଶାସନ । ଏଆଇ ଟେକ୍ନୋଲୋଜି ଆପଣାଇବା ସହ ପ୍ରାଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ କାନ୍ଧରେ ଦାୟିତ୍ୱ ଦେଇଛନ୍ତି ଡବଲ ଇଞ୍ଜିନ ସରକାର ।