ପ୍ରଥମରେ ନାମ ଲେଖା ପାଇଁ ୬ବର୍ଷ ବାଧ୍ୟତାମୂଳକ; ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହେବ, ଧରାହେବ ସେପ୍ଟେମ୍ବରରୁ

Advertisment

ଏପ୍ରିଲ ୧ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଛି କିନ୍ତୁ ସେପ୍ଟେମ୍ୱର ୧କୁ କାହିଁକି ଗଣନା କରାଯାଉଛି? ବୋଲି ପ୍ରଶ୍ନ ଉଠାଇଛି ଓଡ଼ିଶା ଅଭିଭାବକ ମହାସଙ୍ଘ। ଅଭିଭାବକଙ୍କ ଯୁକ୍ତି ହେଲା, ପୂର୍ବରୁ ନିମ୍ନ ପ୍ରାଥମିକ ଶ୍ରେଣୀରେ ନାମଲେଖା ପାଇଁ ମାର୍ଚ୍ଚ ୩୧ ସୁଦ୍ଧା ୩ରୁ ୫ବର୍ଷ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ୫ରୁ ୭ବର୍ଷ ବୟସ ଧାର୍ଯ୍ୟ କରାଯାଇଥିଲା।

ଏପ୍ରିଲ ୧ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଛି କିନ୍ତୁ ସେପ୍ଟେମ୍ୱର ୧କୁ କାହିଁକି ଗଣନା କରାଯାଉଛି? ବୋଲି ପ୍ରଶ୍ନ ଉଠାଇଛି ଓଡ଼ିଶା ଅଭିଭାବକ ମହାସଙ୍ଘ। ଅଭିଭାବକଙ୍କ ଯୁକ୍ତି ହେଲା, ପୂର୍ବରୁ ନିମ୍ନ ପ୍ରାଥମିକ ଶ୍ରେଣୀରେ ନାମଲେଖା ପାଇଁ ମାର୍ଚ୍ଚ ୩୧ ସୁଦ୍ଧା ୩ରୁ ୫ବର୍ଷ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ୫ରୁ ୭ବର୍ଷ ବୟସ ଧାର୍ଯ୍ୟ କରାଯାଇଥିଲା।

ନାମଲେଖା ବୟସକୁ ନେଇ ଦ୍ୱନ୍ଦ୍ୱ

ନାମଲେଖା ବୟସକୁ ନେଇ ଦ୍ୱନ୍ଦ୍ୱ Photograph: (KanakNews )

କନକ ବ୍ୟୁରୋ: ଏପ୍ରିଲରେ ଆରମ୍ଭ ହେଉଥିବା ଶିକ୍ଷାବର୍ଷରୁ ସାରାରାଜ୍ୟରେ ଲାଗୁ ହେବାକୁ ଯାଉଛି ଜାତୀୟ ଶିକ୍ଷା ନୀତି ବା ଏନଇପି। ଅର୍ଥାତ ୨୦୨୫-୨୬ ଶିକ୍ଷାବର୍ଷରେ ବାଲବାଟିକାରେ ନାମଲେଖା ପାଇଁ ୫ବର୍ଷ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ୬ବର୍ଷ ବାଧ୍ୟତାମୂଳକ ହେବ । ତେବେ ଏଭଳି ବୟସ ସଂଶୋଧନକୁ ନେଇ ବିବାଦ ଦେଖାଦେଇଛି।

  • ଏପ୍ରିଲରୁ ଆରମ୍ଭ ହେଉଛି ଶିକ୍ଷାବର୍ଷ
  • ସେପ୍ଟେମ୍ୱର ୧ରୁ ଧରା ହେଉଛି ବୟସ
  • ଶିକ୍ଷାରମ୍ଭ ବୟସକୁ ନେଇ ବଢ଼ିଲା ଦ୍ୱନ୍ଦ୍ୱ 

ଏପ୍ରିଲ ୧ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଛି କିନ୍ତୁ ସେପ୍ଟେମ୍ୱର ୧କୁ କାହିଁକି ଗଣନା କରାଯାଉଛି? ବୋଲି ପ୍ରଶ୍ନ ଉଠାଇଛି ଓଡ଼ିଶା ଅଭିଭାବକ ମହାସଂଘ । ଅଭିଭାବକଙ୍କ ଯୁକ୍ତି ହେଲା, ପୂର୍ବରୁ ନିମ୍ନ ପ୍ରାଥମିକ ଶ୍ରେଣୀରେ ନାମଲେଖା ପାଇଁ ମାର୍ଚ୍ଚ ୩୧ ସୁଦ୍ଧା ୩ରୁ ୫ବର୍ଷ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ୫ରୁ ୭ବର୍ଷ ବୟସ ଧାର୍ଯ୍ୟ କରାଯାଇଥିଲା। ପୂର୍ବ ନିୟମ ଅନୁସାରେ ଏଲ୍‌କେଜି, ୟୁକେଜି ପଢ଼ିସାରିଥିବା ପିଲା ଏବେ ବୟସ ହୋଇନଥିବା କାରଣରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ ନାହିଁ । 

ସେପଟେ ଶିକ୍ଷାବିତ୍ କହିଛନ୍ତି, ସରକାରଙ୍କ ନିୟମକୁ ବୁଝିବାରେ ଭୁଲ କରିଛନ୍ତି ଅଭିଭାବକ। ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ ହୋଇଥିବା ଆବଶ୍ୟକ ବୋଲି ଜାତୀୟ ଶିକ୍ଷା ନୀତିରେ କୁହାଯାଇଛି। ଅର୍ଥାତ ସେପ୍ଟେମ୍ୱର ୧ ସୁଦ୍ଧା ୬ବର୍ଷ ପୂରଣ କରିବାକୁ ଯାଉଥିବା ପିଲା ଏପ୍ରିଲରେ ଆରମ୍ଭ ହେଉଥିବା ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ।

ମୋଟାମୋଟି କହିବାକୁ ଗଲେ ଚଳିତ ଶିକ୍ଷାବର୍ଷରୁ ୬ବର୍ଷ ବୟସ ବାଧ୍ୟତାମୂଳକ କରିବା ଅଭିଭାବକ ମହଲରେ ଦ୍ୱନ୍ଦ୍ୱ ଓ ଅସନ୍ତୋଷ ସୃଷ୍ଟି କରିଛି। ତେଣୁ ସେମାନେ ବର୍ତ୍ତମାନ ଏଲ୍‌କେଜି ଓ ୟୁକେଜିରେ ପଢୁଥିବା ପିଲାଙ୍କ ପାଇଁ ଏହି ବୟସ କଟକଣା କୋହଳ କରିବାକୁ ଦାବି କରିଛନ୍ତି। ନଚେତ୍‌ ପ୍ରଥମଶ୍ରେଣୀରେ ନାମଲେଖା ପାଇଁ ସେମାନଙ୍କୁ ପୁଣି ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe