ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିସନ: ତିନି ଦିନ ଭିତରେ ମାମଲାର ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

ଗୋପାଳପୁରରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିସନ । ମାମଲାକୁ ଜାତୀୟ କମିସନ ଗୁରୁତ୍ବର ସହ ନେଇଛନ୍ତି ।

commision 1234

Photograph: (KanakNews)

କନକବ୍ୟୁରୋ : ଗୋପାଳପୁରରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିସନ । ମାମଲାକୁ ଜାତୀୟ କମିସନ ଗୁରୁତ୍ବର ସହ ନେଇଛନ୍ତି । ଆଉ ମାମଲାରେ ଡିଜିପିଙ୍କୁ ଚିଠି ଲେଖିଛନ୍ତି ଜାତୀୟ ମହିଳା କମିସନ  ବିଜୟା ରାହତକର । ତୁରନ୍ତ ବାକି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୀଡ଼ିତଙ୍କୁ ସମସ୍ତ ପ୍ରକାରର ଡାକ୍ତରୀ ସହାୟତା ଯୋଗାଇଦେବାକୁ କହିଛନ୍ତି ମହିଳା କମିସନ। ଏହାସହ ଭାରତୀୟ ନାଗରିକ ସୁରକ୍ଷା ସଂହିତା ବା ବିଏନଏସଏସ ଧାରା-୩୯୬ ଆଧାରରେ ପୀଡ଼ିତାଙ୍କୁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବାକୁ କୁହାଯାଇଛି । ତିନି ଦିନ ମଧ୍ୟରେ ପୂରା ମାମଲାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି ।
-- 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe