କନକବ୍ୟୁରୋ : ଗୋପାଳପୁରରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିସନ । ମାମଲାକୁ ଜାତୀୟ କମିସନ ଗୁରୁତ୍ବର ସହ ନେଇଛନ୍ତି । ଆଉ ମାମଲାରେ ଡିଜିପିଙ୍କୁ ଚିଠି ଲେଖିଛନ୍ତି ଜାତୀୟ ମହିଳା କମିସନ ବିଜୟା ରାହତକର । ତୁରନ୍ତ ବାକି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପୀଡ଼ିତଙ୍କୁ ସମସ୍ତ ପ୍ରକାରର ଡାକ୍ତରୀ ସହାୟତା ଯୋଗାଇଦେବାକୁ କହିଛନ୍ତି ମହିଳା କମିସନ। ଏହାସହ ଭାରତୀୟ ନାଗରିକ ସୁରକ୍ଷା ସଂହିତା ବା ବିଏନଏସଏସ ଧାରା-୩୯୬ ଆଧାରରେ ପୀଡ଼ିତାଙ୍କୁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବାକୁ କୁହାଯାଇଛି । ତିନି ଦିନ ମଧ୍ୟରେ ପୂରା ମାମଲାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/17/jGC8dY4ipzl7Wo8A1ktP.jpg)